କେମିତି ଜାଣିବେ ପାର୍ଟନରଙ୍କ ଅନ୍ୟ କାହା ସହ ସମ୍ପର୍କ ରହିଛି?

ଆଜିକାଲି ସମ୍ପର୍କ ଭାଙ୍ଗିବା ଏକ ପ୍ରକାର ସାଧାରଣ କଥା ହେଇଗଲାଣି। ପୂର୍ବରୁ ଲୋକ ନିଜ ସ୍ତ୍ରୀ ସହ ମରିବା ପର୍ଯ୍ୟନ୍ତ ସାଙ୍ଗରେ ରହୁଥିଲେ କିନ୍ତୁ ଏବେ ଦେଖାଯାଉଛି ବିବାହର ମାତ୍ର କଛି ଦିନ ଭିତରେ ସମ୍ପର୍କରେ ଫାଟ ଦେଖାଯାଉଛି। ଯଦି ଆପଣ ବି ଆପଣଙ୍କର ସମ୍ପର୍କକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଏହି ରିପୋର୍ଟ ନିଶ୍ଚିତ ପଢନ୍ତୁ। ଯଦି ଆପଣଙ୍କୁ ଅନୁଭବ ହେଉଛି ପୂର୍ବଭଳି ପାର୍ଟନ ଆପଣଙ୍କ ସହିତ ଆଉ ମିଳାମିଶା କରୁନାହାନ୍ତି ଓ ବ୍ୟବହାରରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି ତେବେ ଏ ବିଷୟରେ ପାର୍ଟନଙ୍କ ସହିତ ନିଶ୍ଚୟ ଆଲୋଚନା କରନ୍ତୁ।

ଯଦି ପାର୍ଟନ ସବୁବେଳେ ଦୁରେଇ ରହୁଛନ୍ତି, ପ୍ରତ୍ୟେକ କଥାରେ ସମ୍ପର୍କ ଭାଙ୍ଗିବାକୁ କହୁଛନ୍ତି ତେବେ ନିଶ୍ଚିତ ହୋଇଯାଆନ୍ତୁ ତାଙ୍କର ଏହି ସମ୍ପର୍କରେ ଆଉ ବିଶ୍ୱାସ ନାହିଁ। ସବୁବେଳେ କିଛି ନା କିଛି ବାହାନା ଦେଖାଇ କଥା ହେଉ ନାହାନ୍ତି ତେବେ ନିଶ୍ଚିତ ହୁଅନ୍ତୁ ଆପଣଙ୍କ ପାର୍ଟନ ଆଉ ଆପଣଙ୍କୁ ଆଗଭଳି ଭଲ ପାଉ ନାହାଁନ୍ତି।

ଲଖ୍ୟ କରିବେ ଯଦି ପାର୍ଟନ ଆପଣଙ୍କ ସାଥିରେ କଥା ହେଲାବେଳେ ଆଖିରେ ଆଖି ନ ମିଶାଇ କଥା କହୁଛନ୍ତି ଓ କୌଣସି କଥାରେ ବି ଚିଡି ଚିଡି ହେଉଛନ୍ତି ତେବେ ନିଶ୍ଚିତ ସେ ଆଉ ଆପଣଙ୍କୁ ପସନ୍ଦ କରୁନାହାନ୍ତି। କାରଣ ଏହି ସବୁ ଲକ୍ଷଣ ସମ୍ପର୍କ ଭାଙ୍ଗିବାର ଅଟେ।

Loading...
error: Content is protected !!