କ୍ଲାନ୍ତ ଏବଂ ଚିନ୍ତା ଦୂର କରିବା ପାଇଁ ନିୟମିତ କରନ୍ତୁ ଏହି ଛୋଟ କାମ

ବ୍ୟସ୍ତବହୁଳ ଜୀବନଶୈଳୀକୁ ସହଜ କରିବା ପାଇଁ ଲୋକମାନେ ଅନେକ ଷ୍ଟ୍ରେସ୍‌ ନେଇ କାମ କରୁଛନ୍ତି। ଏଥିପାଇଁ ବୟସ ଆଗରୁ ଦୁର୍ବଳତା ଅନୁଭବ ହେଉଛି। ଘର କାମ ଏବଂ ଅଫିସ କାମର ଚାପରେ ଲୋକମାନେ ନିଜର ଧ୍ୟାନ ନେଉନାହାନ୍ତି। ଅଧିକ କାମ କାରଣରୁ ଚିନ୍ତାରେ ରହିବା କିମ୍ବା ଶରୀର ଅତ୍ୟଧିକ ଦୁର୍ବଳତା ଲାଗିବା ସ୍ଵାଭିବିକ। ଆଜି ଏମିତି ଏକ ତଥ୍ୟ ଜାଣିବା, ଯାହା ସାହାଯ୍ୟରେ ଆପଣ ଷ୍ଟ୍ରେସ୍‌ ସମସ୍ୟାକୁ ଦୂରେଇ ଦେଇ ପାରିବେ।

ଏମିତି ଅନୁଭବ ହେଲେ ଆପଣ ଶାରୀରିକ ରୂପରେ ନୁହେଁ ବରଂ ମାନସିକ ଏବଂ ଭାବନାତ୍ମକ ସ୍ତରରେ ମଧ୍ୟ ଦୁର୍ବଳ ହୋଇଯାଇଥାନ୍ତି। ଷ୍ଟ୍ରେସ୍‌ର ମାତ୍ରା ଅଧିକ ହେଲେ ଏହାକୁ ବର୍ନଆଉଟ କୁହାଯାଇଥାଏ। ବର୍ନଆଉଟ ହେଲେ ଆପଣଙ୍କର କାନ୍ଧ, ଆଖି ଏବଂ ମୁଣ୍ଡରେ ଯନ୍ତ୍ରଣା ହୋଇଥାଏ। ଏହାର ପ୍ରଭାବରେ ଅଧିକ ହେଲେ ବ୍ୟକ୍ତର ଛାତି ଉପରେ ପଡ଼ିଥାଏ। ବେଳେବେଳେ ଜୀବନ ମଧ୍ୟ ଚାଲିଯାଇପାରେ।

ଏହି ସମସ୍ୟାରୁ ମୁକ୍ତି ପାଇବାର ଉପାୟ:

  • ଶରୀରରେ କଷ୍ଟ ହେଉଥିବା ସମୟରେ ଆପଣ ହଠାତ ନ ଉଠି ବିଛଣାରେ କିଛି ସମୟ ଶୋଇ ରିଲାକ୍ସ ହେବା ପରେ ଯୋଗର ଏକ ଆସନ ବିପରୀତ କରଣୀ କରନ୍ତୁ।
  • ଏହି ଆସନ କରିବା ପାଇଁ ଆପଣ ଚଟାଣରେ ଶୋଇ ନିଜର ପାଦକୁ କାନ୍ଥରେ ସିଧା ରଖନ୍ତୁ ଏବଂ ଶରୀରକୁ ଏଲ(L) ଆକାରର କରନ୍ତୁ।
  • ଏହି ଆସନ କରିବା ଦ୍ୱାରା ମସ୍ତିଷ୍କ ସୁସ୍ଥ ରହିବା ସହିତ କୌଣସି ପ୍ରକାର ଦୁର୍ବଳତା ସମସ୍ୟା ଦେଖାଯାଇନଥାଏ।
  • ଏହି ଆସନ ୧୦ମିନିଟରୁ ଅଧିକ କରନ୍ତୁ ନାହିଁ ।
error: Content is protected !!