ଜାଣନ୍ତି କି, କାହିଁକି ମନ୍ତ୍ର ୧୦୮ ଥର ଜପ କରାଯାଏ?

ହିନ୍ଦୁ ଧର୍ମ ଏକ ସ୍ୱତନ୍ତ୍ର ଧର୍ମ ଅଟେ।ଏହି ଧର୍ମରେ ପୂଜା ପାଠର ବିଶେଷ ଗୁରୁତ୍ୱ ରହିଛି। ପୂଜା କରିବା ବେଳେ ବିଭିନ୍ନ ଦେବାଦେବୀଙ୍କ ପାଇଁ ବିଭିନ୍ନ ମନ୍ତ୍ରର ପ୍ରୟୋଗ କରାଯାଏ। ମନ୍ତ୍ର ପଢିବା ଫଳରେ ଆଶା ଅନୁସାରେ ଭଗବାନଙ୍କ କୃପା ଆମେ ଲାଭ କରିପାରିଥାଉ। ତେବେ ଏହି ମନ୍ତ୍ରକୁ ନେଇ ମଧ୍ୟ କିଛି ବିଶେଷ ନିୟମ ରହିଛି। ମନ୍ତ୍ରକୁ ସାଧାରଣତଃ ଜପ କରିବା ବେଳେ ଏହାକୁ ୧୦୮ ଥର ଜପ କରିବାକୁ ପଡିଥାଏ। ଏହାକୁ ସମସ୍ତେ ଜାଣିଥିଲେ ବି ମଧ୍ୟ ଏହାର ପଛରେ ଥିବା କାରଣ ବିଷୟରେ ପ୍ରାୟ କେହି ଜାଣିନଥିବେ। ଆଜି ଆମେ ଆପଣଙ୍କୁ କହିବୁ ଏହାର କାରଣ ବିଷୟରେ କାହିଁକି ଯେକୌଣସି ମନ୍ତ୍ର ୧୦୮ଥର ଜପ କରାଯାଏ।

ବ୍ରହ୍ମାଣ୍ଡ ୧୨ ଭାଗରେ ବିଭକ୍ତ। ଆଉ ସେହିଗୁଡିକ ହେଉଛନ୍ତି, ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା,ବିଛା, ଧନୁ, ମକର, କୁମ୍ଭ ଏବଂ ମୀନ। ଏହାକୁ ଆମେ ରାଶି ଭାବରେ ଜାଣିଛୁ। ଅପର ପକ୍ଷରେ ଆମେ ଏହା ବି ଜାଣିଛେ ଯେ ଏହି ରାଶିଗୁଡିକ ମଧ୍ୟରେ ୯ ଗୋଟି ଗ୍ରହ ବିଚରଣ କରିଥାନ୍ତି। ଗ୍ରହ ଗୁଡିକ ଯଥାକ୍ରମେ ସୂର୍ଯ୍ୟ, ଚନ୍ଦ୍ର,ମଙ୍ଗଳ, ବୁଧ, ଗୁରୁ, ଶୁକ୍ର,ଶନି, ରାହୁ ଏବଂ କେତୁ ଅଟନ୍ତି। ତେବେ ଏହି ଗ୍ରହ ଏବଂ ରାଶିର ଗୁଣନ କରିଲେ ଗୁଣାନ ଫଳ ୧୦୮ ବାହାରିଥାଏ।

ଏହି କାରଣ ଯୋଗୁଁ ମନ୍ତ୍ର ଜପିବା ସମୟରେ ଯଦି କେହି ୧୦୮ ଥର ଜପ କରିଥାନ୍ତି। ଏହା କରିଲେ ସର୍ବ ଗ୍ରହ ଶାନ୍ତି ହୋଇଥାଏ ଏବଂ ଶୁଭଫଳ ମଧ୍ୟ ମିଳିଥାଏ। ସବୁ ସମସ୍ୟାର ସମାଧାନ ଏହି ସଂଖ୍ୟା ଦ୍ୱାରା ମିଳିପାରିଥାଏ।

error: Content is protected !!