ଦଶମ ପାସ୍‌ ବ୍ୟକ୍ତିଙ୍କ ପାଇଁ ସରକାରୀ ଚାକିରୀ, ୧୮ ହଜାର ପଦବୀ, ୧୦ ହଜାର ଦରମା

ଯଦି ଆପଣ ଦଶମ ପାସ୍‌ କରିଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣସୁଯୋଗ । ନିକଟରେ ସରକାରଙ୍କ ପକ୍ଷରୁ ୧୮ ହଜାର ପଦବୀ ପାଇଁ ନିଯୁକ୍ତି ସୂଚନା ଆସିଛି । ଯାହାର କି ମାସିକ ଦରମା ୧୦ ହଜାର ଟଙ୍କାରୁ ଅଧିକ । ଜାଣିବା ଆବେଦନ କରିବାର ପ୍ରକ୍ରିୟା। ଏହି ସମସ୍ତ ପଦବୀ ହରିୟାଣାର ବିଭିନ୍ନ ବିଭାଗ ପାଇଁ ବାହାରିଛି ।

ପାର୍ଥିମାନେ ବିଜ୍ଞାପନ ସଂଖ୍ୟା-୪/୨୦୧୮ ଆଧାରରେ ଆବେଦନ କରିବେ। ଆଗାମୀ ୨୮ ଅଗଷ୍ଟରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ।

ପଦବୀ – ୮୩୧୨ – ସାଧାରଣ ବର୍ଗ, ୪୨୪୫ -ଅନୁସୂଚିତ ଜାତି ବର୍ଗ, ୩୩୪୫ – ବିସିଏ ବର୍ଗ, ୨୩୧୬ – ବିସିବି ବର୍ଗ
ଯୋଗ୍ୟତା – ଦଶମ ପାସ
ବୟସସୀମା – ବୟସ ୧୮ରୁ ୪୨ ବର୍ଷ
ଆବେଦନ ଶୁଳ୍କ – ସାଧାରଣ ବର୍ଗ ପାଇଁ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ୧୦୦ଟଙ୍କା। ଏସସି ଏବଂ ବିସି ପାଇଁ ପୁରୁଷଙ୍କ ପାଇଁ ୫୦ ଟଙ୍କା ଓ ମହିଳାଙ୍କ ପାଇଁ ୨୫ ଟଙ୍କା । ସ୍ଥାନୀୟ ମହିଳାଙ୍କ ପାଇଁ ୫୦ ଟଙ୍କା ରଖାଯାଇଛି।

ଚୟନ ପ୍ରକ୍ରିୟା – ୯୦ ମାର୍କର ଲିଖିତ ପରୀକ୍ଷା। ଅଧିକ ଜାଣିବା ପାଇଁ ୦୧୭୨-୫୧୪୩୭୦୦ରେ କଲ କରନ୍ତୁ ।

error: Content is protected !!