ଦେଖନ୍ତୁ ଭିଡ଼ିଓ: ଖୁସିରେ ନାଚୁ ନାଚୁ ୧୩ ବର୍ଷର ଝିଅର ଚାଲିଗଲା ଜୀବନ

ଏମିତି ଏକ ଘଟଣା ଘଟିଛି ମୁମ୍ବାଇର କାନ୍ଦୀବଲୀ ଅଞ୍ଚଳରେ। ଜାତୀୟ ମିଡ଼ିଆ ରିପୋର୍ଟ ଅନୁସାରେ ଜଣେ ୧୩ ବର୍ଷ ଝିଅ ଷ୍ଟେଜ୍ ଉପରେ ନାଚିବା ସମୟରେ ଅକାଳ ବିୟୋଗ ଘଟିଛି। ଝିଅଟିର ନାଁ ଅନିଶା ଶର୍ମା ।

ରାଜନୈତିକ ପାର୍ଟି ତରଫରୁ ଗତ ମଙ୍ଗଳବାର ସନ୍ଧ୍ୟାରେ ଏକ ଉତ୍ସବରେ ନାଚିବା ପାଇଁ ଝିଅଟି ଷ୍ଟେଜ୍ ଉପରକୁ ଚଢି ଯାଇଥିଲା । କିଛି ସମୟ ପରେ ହଠାତ୍ ତଳେ ପଡିଯାଇଥିଲା। ସଙ୍ଗେ ସଙ୍ଗେ ଝିଅଟିକୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାକୁ ମୃତ ଘୋଷଣା କରିଥିଲେ ଡାକ୍ତର। ଦେଖନ୍ତୁ ଭିଡ଼ିଓ:

error: Content is protected !!