୨ମିନିଟରେ ଖବର: ହକି ଉଦ୍‌ଘାଟନୀ ଉତ୍ସବରେ ଆସିବେ ମାଧୁରୀ | ସଲମାନ ଖାନ୍‌ ଫିଲ୍ମ ପାଇଁ କେମିତି ଲୁଧିଆନାର ୪ଜଣ କୃଷକ ହେଲେ ଲକ୍ଷପତି? | ଭାରତରେ ଆସିଲା ରୟାଲ୍‌ ଏନ୍‌ଫିଲ୍ଡର ଭଳି ବାଇକ ‘ଜାୱା’

ହକି ଉଦ୍‌ଘାଟନୀ ଉତ୍ସବରେ ଆସିବେ ମାଧୁରୀ,
ହକି ବିଶ୍ବକପ୍ ଉଦ୍‌ଘାଟନୀ ଉତ୍ସବ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ। ଏହି ଉତ୍ସବରେ ଓସ୍କାର ବିଜେତା ସଂଗୀତଜ୍ଞ ଏଆର ରହମାନ, ଶାହାରୁଖ ଖାନ ଏବଂ ଗୀତିକାର ‌ସେଖ୍‌ ଗୁଲଜାର ଆସିବାକୁ ଥିବାବେଳେ ଆଜି ପୁଣି ଏକ ନୂଆ ନାମ ଯୋଡି ହୋଇଯାଇଛି । ମିଡ଼ିଆ ସୂଚନା ଅନୁସାରେ ବଲିଉଡ୍‌ର ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ମଧ୍ୟ ଉଦ୍‌ଘାଟନୀ ଉତ୍ସବରେ ଆସିବେ ମାଧୁରୀ ।

ସଲମାନ ଖାନ୍‌ ଫିଲ୍ମ ପାଇଁ କେମିତି ଲୁଧିଆନାର ୪ଜଣ କୃଷକ ହେଲେ ଲକ୍ଷପତି?
ସଲମାନ ଖାନଙ୍କ ନୂଆ ଫିଲ୍ମ ‘ଭାରତ’ ନିକଟରେ ଲୁଧିଆନାରେ ସୁଟିଂ ହୋଇଥିଲା। ଲୁଧିଆନାରେ ଓ୍ଵାଘା ବର୍ଡ଼ରରେ ଫିଲ୍ମର ସେଟ୍‌ ଲାଗିଯାଇ ସୁଟିଂ କାର୍ଯ୍ୟ ହୋଇଥିଲା। ଏଠାରେ କିଛି ଅଂଶକୁ ଭାରତ ଏବଂ ପାକିସ୍ଥାନ ବର୍ଡ଼ର ରୁପ ଦିଆ ଯାଇଥିଲା। ସୁରକ୍ଷାକୁ ଦୃଷ୍ଟିରେ ଓ୍ଵାଘା ବର୍ଡ଼ରରେ ସୁଟିଂ କରିବାର ଅନୁମତି ଦିଆଯାଇ ନଥିଲା। ଏଥିପାଇଁ ଲୁଧିଆନାର ୪ଜଣ କୃଷକଙ୍କ ୧୯ ଏକର ଜମିକୁ ଭଡ଼ାରେ ନିଆଯିଆଥିଲା । ସୁଟିଂ କାର୍ଯ୍ୟରେ ବ୍ୟବହାର ହୋଇଥିବା ଜମି ଭଡା ବାବଦକୁ ଏକର ପିଛା କୃଷକମାନଙ୍କୁ ୮୦ହଜାର ଟଙ୍କା ଦିଆଯାଇଥିଲା।

ଭାରତକୁ ଆସିଲା ରୟାଲ୍‌ ଏନ୍‌ଫିଲ୍ଡ ଭଳି ବାଇକ ‘ଜାୱା’
‘କ୍ଲାସିକ୍‌ ଲିଜେଣ୍ଡସ୍‌’ ନାମକ ସଂସ୍ଥା ଭାରତକୁ ‘ଜାୱା ବାଇକ ଆଣିଛି। ସୂଚନା ଅନୁସାରେ ବାଇକର ଷ୍ଟାଇଲରେ କୌଣସି ପରିବର୍ତନ କରାଯାଇନାହିଁ । ସେହି ପୁରୁଣା ରୂପ, ଷ୍ଟାଇଲ୍‌ ଓ ବାଇକ୍‌ ଚାଲିବା ବେଳର ଶବ୍ଦ ମଧ୍ୟ ରହିଛି। ଦେଖିବା ପାଇଁ ମଧ୍ୟ ପୁରୁଣା ଜାୱା ଭଳି ଦେଖାଯାଉଛି। ଜାୱା ଓ ଜାୱା ୪୨ ନାମରେ ଦୁଇଟି ମଡେଲ୍‌କୁ ଭାରତରେ ଲଞ୍ଚ କରାଯାଇଛି। ‘ଜାୱା’ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଭାରତକୁ ଆସିଥିଲା। ଦେଖନ୍ତୁ ଜାୱା ଓ ଜାୱା ୪୨ ବାଇକ:

error: Content is protected !!