ବିଷ୍ଣୁ ପୁରାଣ ଅନୁସାରେ, ଏହି ତିନୋଟି କାର୍ଯ୍ୟ ବ୍ୟକ୍ତିଙ୍କୁ ରାତିରେ କରିବା ଉଚିତ ନୁହେଁ

ବିଷ୍ଣୁ ପୁରାଣ ହିନ୍ଦୁ ଧର୍ମର ଏକ ପ୍ରମୁଖ ଗ୍ରନ୍ଥ ଅଟେ। ଏଥିରେ ଆମ ଜୀବନକୁ ନେଇ ଅନେକ ଚିରାଚରିତ ଉଲ୍ଲେଖ ରହିଛି। ଏହା ସହ ଅନେକ ଜୀବନ ସମ୍ବଧିତ ନୀତିନିୟମ ରହିଛି ଯାହାର ପାଳନ କରିଲେ ଆମ ଜୀବନ ଅତ୍ୟନ୍ତ ଖୁସିରେ କଟିବ। ଆଜି ଆମେ ବିଷ୍ଣୁ ପୁରାଣର କିଛି ଗୁରୁତ୍ୱପୂର୍ଣ୍ଣ କଥା ଆପଣଙ୍କୁ କହିବାକୁ ଯାଉଛୁ। ରାତିରେ କେଉଁ ତିନୋଟି କାର୍ଯ୍ୟ ବ୍ୟକ୍ତି କରିଲେ ତାଙ୍କୁ ଅନେକ ଅସୁବିଧାର ସମ୍ନା କରିବା ପାଇଁ ପଡେ ତାହା ଆଜି ଆପଣ ଜାଣିପାରିବେ।

୧- ରାତିରେ ଛାତ ଉପରକୁ ଯାଆନ୍ତୁ ନାହିଁ। ରାତିରେ ଛାତ ଉପରେ ନକରାତ୍ମକ ଶକ୍ତିର ଉପସ୍ଥିତି ରହିଥାଏ। ଏହି ସମୟରେ ଛାତ ଉପରେ ବୁଲାବୁଲି କରିଲେ ବ୍ୟକ୍ତିଙ୍କ ଉପରେ ବିପଦ ରହିଥାଏ।
୨- ରାତିରେ ଖରାପ ବା ଖଳ ଚରିତ୍ର ଲୋକଙ୍କ ସହ ମିଶିବା ଅନୁଚିତ।କୁହାଯାଏ ଏପରି କରିଲେ ଧର୍ମ ନଷ୍ଟ ହୋଇଥାଏ।
୩- ରାତିରେ ମଶାଣିକୁ ଯିବା ଅନୁଚିତ। ଏହି ସମୟରେ ଖରାପ ଆତ୍ମାର ଉପସ୍ଥିତି ରହେ। ଏମାନେ ମଣିଷକୁ ଦେଖିଲେ ତାଙ୍କ ଦେହରେ ପ୍ରବେଶ କରନ୍ତି ଏବଂ ନାନାଦି ଅଘଟଣ ଘଟାଇଥାନ୍ତି। ଏହା ବ୍ୟତୀତ ମଶାଣିରେ ରାତିରେ ଧୂଆଁ ଦେହ ପାଇଁ ଖୁବ ହାନୀକାରକ ହୋଇଥାଏ।

error: Content is protected !!