ଆଜି ପ୍ରସ୍ତୁତ କରନ୍ତୁ “ଆଫଗାନୀ ଚିକେନ୍”

ସାମଗ୍ରୀ:
ଅଧା କିଲୋ ଚିକେନ୍, କିଛି ଦହି, କଟା ପିଆଜ, ଅଦା-ରସୁଣ ପେଷ୍ଟ, କାଜୁ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଜିରା ଗୁଣ୍ଡ, ଲବଙ୍ଗ, ଡାଳଚିନି,ତେଜ ପତ୍ର, ଗୁଜରାତି

ପ୍ରସ୍ତୁତି ପ୍ରଣାଳୀ:

  • ଚିକେନକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏଥିରେ କିଛି ଦହି, ଲୁଣ ଏବଂ ହଳଦୀ ଗୋଳାଇ ମ୍ୟାରିନେଟ୍ କରି ଅଧଘଣ୍ଟା ରଖି ଦିଅନ୍ତୁ।
  • ଏହାପରେ କଡ଼ାଇରେ ତେଲ ଗରମ କରି ଲବଙ୍ଗ, ଡାଳଚିନି,ତେଜ ପତ୍ର ଓ ଗୁଜରାତି ପକାଇ ଗରମ କରନ୍ତୁ। ଟିକେ ଭାଜି ହୋଇଗଲେ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ରଙ୍ଗ ହାଲକା ଲାଲ୍ ହୋଇଗଲେ ଏଥିରୁ କିଛି ପିଆଜ କାଢ଼ି ଗିନାରେ ରଖନ୍ତୁ।
  • ଗିନାରେ ଥିବା ଭଜା ପିଆଜକୁ ଗ୍ରାଇଣ୍ଡିଂ କରି ରଖନ୍ତୁ।
  • କଡ଼େଇରେ ଥିବା ବଳକା ପିଆଜରେ ଅଦା-ରସୁଣ ପେଷ୍ଟ ପକାଇ ମଶଲା ସିଝିବା ପର୍ଯ୍ୟନ୍ତ କଶନ୍ତୁ। ଏହାପରେ ଗ୍ରାଇଣ୍ଡିଂ ହୋଇଥିବା ଭଜା ପିଆଜ ପକାଇ ଦିଅନ୍ତୁ । ଏହାସହିତ କିଛି ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ଜିରା ଗୁଣ୍ଡ ପକାଇ କିଛି ସମୟ ଛାଡି ଦିଅନ୍ତି।
  • ମସଲା କଷି ହୋଇଆସିଲେ ଚିକେନ୍ ଏବଂ କାଜୁ ପେଷ୍ଟ ପକାଇ ସିଝିବାକୁ ଛାଡି ଦିଅନ୍ତୁ। ତରକାରୀ ସିଝି ଆସିଲେ ଟିକେ ଗରମ ମସଲା ଗୁଣ୍ଡ ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା “ଆଫଗାନୀ ଚିକେନ୍”।
error: Content is protected !!