ଶବଯାତ୍ରା ଦେଖିଲେ ଏଇ କୋତୋଟି କାମ ନିଶ୍ଚୟ କରନ୍ତୁ।

କଥାରେ ଅଛି ଯିଏ ଧରା ପୃଷ୍ଠାରେ ଜନ୍ମ ନେଇଛି ତାର ମୃତ୍ୟୁ ସୁନିଶ୍ଚିତ। ସାଧାରଣତଃ କେହି ମୃତ୍ୟୁ ବରଣ କଲେ ତାଙ୍କର ଶବଯାତ୍ରା କରାଯାଇଥାଏ। ଯେଉଁ ଯାତ୍ରାରେ ଶବକୁ ଚାରିକାନ୍ଧରେ କାନ୍ଧେଇ ତାଙ୍କ ପ୍ରିୟଜନମାନେ ଏକ ଶୋଭାଯାତ୍ରା କରିଥାନ୍ତି। ଯଦି କୌଣସି ବ୍ୟକ୍ତି ଏମିତି ଶବଯାତ୍ରା ଦେଖୁଛନ୍ତି ତେବେ ପୁଣ୍ୟ ପାଇବା ପାଇଁ ଏଇ କୋତୋଟି କାମ ନିଶ୍ଚୟ କରନ୍ତୁ।

ଯଦି ରାସ୍ତାରେ ଯିବା ସମୟରେ ଶବଯାତ୍ରା ଦେଖୁଛନ୍ତି ତେବେ ରାମ ନାମ ଜପ କରନ୍ତୁ କିମ୍ବା ମୃତ ବ୍ୟକ୍ତିଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରନ୍ତୁ । ଏମିତି କଲେ ମୃତ୍ୟୁ ପରେ ଆତ୍ମା ଭଗବାନଙ୍କ ଦେହରେ ବିଲୀନ ହୋଇଥାଏ। ଆପଣଙ୍କୁ ଭଗବାନ ଶିବଙ୍କ କୃପା ଦୁଷ୍ଟି ମିଳିଥାଏ।

କୌଣସି ବ୍ୟକ୍ତିର ଅନ୍ତିମ ସଂସ୍କାରରେ ସାମିଲ ହେବା କିମ୍ବା ଶବକୁ କାନ୍ଧେଇଲେ ଆପଣଙ୍କ ରିଷ୍ଟ ଖଣ୍ଡନ ହୁଏ ବୋଲି ଅନେକ ପୁରାଣରେ କୁହାଯାଇଛି । କାରଣ ଶବ ଦେଖିବା ଅତ୍ୟନ୍ତ ଶୁଭ ଅଟେ।

Loading...
error: Content is protected !!