ଆସନ୍ତା ମାସରେ ବିବାହ କରିପାରନ୍ତି ବଲିଉଡର ଏହି ନୂଆ ଯୋଡି

ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ପ୍ରେମ କାହାଣୀ ଏବେ ବଲିଉଡର ସବୁଠାରୁ ଅଧିକ ଚର୍ଚ୍ଚିତ ପ୍ରେମ କାହାଣୀ। କିଛି ମୁହଁରେ ନ କହିଲେ ମଧ୍ୟ ଏମାନଙ୍କ ଚାଲି ଚଳନରୁ ସ୍ପଷ୍ଟ ଏହି ଦୁହିଁଙ୍କ ପ୍ରେମ ବିଷୟରେ ଜଣା ପଡିଛି। ଏବେ ପ୍ରାୟ ସବୁ ସମୟରେ ଏହି ଦୁଇ ଜଣକୁ ଏକାଠି ଦେଖିବାକୁ ମିଳୁଛି। ରେଷ୍ଟୁରାଣ୍ଟ ହେଉ ଅବା ପାର୍ଟି ଦୁହେଁ ସବୁବେଳେ ଏକାଠି ବୁଲିବା ଖବର ଚାରିଆଡ଼େ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏତେଦିନ ଧରି ପ୍ରେମ ସମ୍ପର୍କରେ ରହିବା ପରେ ଏହି ଏପ୍ରିଲରେ ଏମାନେ ବିବାହ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

କିଛି ଗଣମାଧ୍ୟମରେ ଏହି ବିଷୟରେ ଅର୍ଜୁନଙ୍କୁ ପଚାରାଯିବା ପରେ ସେ ଏହାକୁ ଆଡେଇ ଦେଇ କହିଛନ୍ତି ଯେ, ଏବେ କୌଣସି ସୂଚନା ମିଳିପାରିବ ନାହିଁ। ଯେବେ କିଛି ସେପରି ହବାର ଥିବ ସେ ସମସ୍ତଙ୍କୁ ଏହି ବିଷୟରେ ନିଶ୍ଚିତ ଜଣାଇବେ। ତେବେ ଏହି ଦୁଇଜଣଙ୍କ ପ୍ରେମ କାହାଣୀର ସଫଳ ରୂପାୟନ ଏହି ଏପ୍ରିଲ ମାସ ସୁଦ୍ଧା ହୋଇପାରେ ବୋଲି କିଛି ଗଣମାଧ୍ୟମରେ ଜୋର ସୋର ଚର୍ଚ୍ଚା ଚାଲିଛି।

error: Content is protected !!