ବାପା ମାଆଙ୍କର ବିନା ଅନୁମତିରେ ବିବାହ କରିବେ ନାହିଁ ବୋଲି ୧୪ରେ ଶପଥ ନେବେ ଦଶ ହଜାର ପ୍ରେମୀ ଯୁବକ ଯୁବତୀ

କିଛି ଦିନ ପରେ ଆସିବାକୁ ଯାଉଛି ପ୍ରେମ ଦିବସ। ପ୍ରେମ ଦିବସରେ ଅନେକ କଥା କରିବାକୁ ପ୍ରେମୀ ଯୁଗଳ ଭାବିଥିବେ। ଏହି ଦିନକୁ ବିଶ୍ୱସାରା ପାଳନ କରାଯାଏ। ପ୍ରେମକୁ ଚିରସ୍ଥାୟୀ କରିବା ଏବଂ ନିଜ ପ୍ରେମର ବାସ୍ତବତା ବିଷୟରେ ନିଜ ସାଥୀଙ୍କୁ ଅବଗତ କରାଇ ପ୍ରେମୀଯୁଗଳ ନିଜ ପ୍ରେମକୁ ଆହୁରି ସୁଦୃଢ ବନାଇଥାନ୍ତି। ଏହି ଦିନରେ ନିଜ ସାଥୀଙ୍କ ସାଙ୍ଗରେ ସବୁବେଳେ ରହିବେ ବୋଲି ଏମାନେ ଶପଥ ମଧ୍ୟ କରନ୍ତି। ହେଲେ ଏ ବର୍ଷ ଏହିଦିନରେ କିଛି ଅଲଗା ଶପଥ ନେବାକୁ ଯାଉଛନ୍ତି କିଛି ଯୁବକ ଯୁବତୀ। ପ୍ରେମ ଦିବସ ପାଳନ କରିବା ପରିବର୍ତ୍ତେ ଏହାକୁ ପିତୃମାତୃ ଦିବସ ରୂପେ ପାଳନ କରି ପିତାମାତାଙ୍କ ବିନା ଅନୁମତିରେ କାହାକୁ ଜୀବନସାଥୀ ରୂପେ ବାଛିବେ ନାହିଁ ବୋଲି ଶପଥ ନେବେ।

ଏହି ଘଟଣାଟି ଗୁଜୁରାଟର ସୁରଟରେ ଘଟିବାକୁ ଯାଉଛି। ଏଠାକାର ବିଭିନ୍ନ ସ୍କୁଲ ଏବଂ କଲେଜରେ ପଢ଼ୁଥିବା ଯୁବପିଢ଼ି ଏପରି କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ସେଠାକାର ସରକାର ମଧ୍ୟ ସମ୍ମତି ଜଣାଇଛନ୍ତି। ପ୍ରେମକୁ ବିରୋଧ କରିବା ଏମାନଙ୍କର ଲକ୍ଷ୍ୟ ନୁହେଁ ଏବଂ ମାତାପିତାଙ୍କ ମନରେ ଯେମିତି କୌଣସି କଷ୍ଟ ନ ଆସେ ସେଥିପ୍ରତି ଏହି ଶପଥପାଠର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ତେବେ ବିଭିନ୍ନ ଅଞ୍ଚଳର ଯୁବକ ଯୁବତୀ ଏଠାକୁ ୧୪ ତାରିଖ ଦିନ ଆସିବେ ଏବଂ ଏହି ଶପଥ ଗ୍ରହଣ କରିବେ ବୋଲି ଏହି କାର୍ଯ୍ୟକ୍ରମର କିଛି ସଦସ୍ୟ କହିଛନ୍ତି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହେବ ବୋଲି ସାରା ଭାରତରେ ଏହାର ଚର୍ଚ୍ଚା ଚାଲିଛି।

error: Content is protected !!