ଗୋଟିଏ ସପ୍ତାହରେ ଓଜନ ନିୟନ୍ତ୍ରଣ ପାଇଁ ଏହି ଉପାୟରେ ଖାଆନ୍ତୁ ଗୋଲମରିଚ

ଆଜିକାଲିର ଖାଦ୍ୟ ଏବଂ ଜୀବନଶୈଳୀ ପାଇଁ ଲୋକମାନେ ମୋଟାପଣର ଶିକାର ହେଉଛନ୍ତି। ଏହାସହିତ ଲୋକମାନେ ଓଜନ କମାଇବା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ଖାଉଛନ୍ତି, ଯାହା ମୋଟାହେବାର ଅନ୍ୟ ଏକ କାରଣ ଅଟେ। ଆଜି ଜାଣିବା ସାଧାରଣ ଭାବେ ଖାଉଥିବା ଖାଦ୍ୟରେ ଗୋଲମରିଚ ସାମିଲ କରି ଗୋଟିଏ ସପ୍ତାହରେ ସହଜରେ ଓଜନ କମାଇପାରିବା।

  • ସାଧାରଣତଃ ଗୋଲମରିଚକୁ ମସଲା ଭାବେ ଘରେ ଘରେ ବ୍ୟବହାର କରାଯାଏ। ଗୋଲମରିଚରେ ଆଇରନ, ପୋଟାସିୟମ, ମ୍ୟାଗନେସିୟମ, ମାଙ୍ଗାନିଜ ଏବଂ ଭିଟାମିନର ପୋଷକ ତତ୍ତ୍ବ ରହିଛି। ନିୟମିତ ଭାବେ ଗୋଲମରିଚ ସେବନ କଲେ ଆପଣ କ୍ୟାନସର ଭଳି ଘାତକ ରୋଗରୁ ରକ୍ଷା ପାଇପାରିବେ।
  • ମୋଟାପଣରୁ ରକ୍ଷା ପାଇବା ପାଇଁ ଆପଣ ଗୋଟିଏ ସପ୍ତାହ ପାଚିଲା ଫଳ ସହ ଏକ ଚାମଚ ଗୋଲମରିଚ ପାଉଡ଼ର ମିଶାଇ ଖାଇ ପାରିବେ । ଏହା ସହିତ ଆପଣ ସାଲାଡ଼, ଦହି, ଏବଂ ହର୍ବାଲ ଚା ସହିତ ମଧ୍ୟ ଗୋଲମରିଚକୁ ସେବନ କରି ପାରିବେ।

-କ୍ୟାନସର ଭଳି ଘାତକ ରୋଗରୁ ବାହାରିବା ବହୁତ କଷ୍ଟ ହୋଇଥାଏ। ଗୋଲମରିଚ କ୍ୟାନସର ଭଳି ରୋଗ କୁ ଦୂର କରିବାରେ ସାହାଯ୍ୟ କରିଥାଏ। ଗୋଲମରିଚରେ ଭିଟାମିନ-ସି,ଏ,ଫ୍ଲୋବୋନାୟଡ଼ସ୍,କାରୋଟେନ୍ସ ଏବଂ ଅନ୍ୟ ଆଣ୍ଟିଅକ୍ସିଡ଼େଣ୍ଟ ରହିଥାଏ। ଯାହା କ୍ୟାନସର ଭଳି ରୋଗ କୁ ରୋକିବାରେ ସାହାଯ୍ୟ କରିଥାଏ।

-ଖରାପ ଏବଂ ଅନିୟମିତ ଖାଇବା ପିଇବାଦ୍ବାରା ଲୋକମାନଙ୍କର ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ। ଡ଼ାଇରିଆ ଏବଂ ଖଟା ହାକୁଟିରୁ ରକ୍ଷା ପାଇବା ପାଇଁ ଗୋଲମରିଚ ସେବନ ଲାଭକାରୀ ହୋଇଥାଏ। ଏହା ଦ୍ବାରା ପାଚନ ପ୍ରକ୍ରିୟା ଠିକ ହୋଇଥାଏ।

-ଗୋଲମରିଚ କେବଳ ଶରୀରର ରୋଗ କମାଇବାରେ ନୁହେଁ ତ୍ବଚାର ଉଜ୍ଜଳତା ପାଇଁ ମଧ୍ୟ ଲାଭକାରୀ ସାବ୍ଯସ୍ତ ହୋଇଥାଏ। ଗୋଲମରିଚ କୁ ହାଲୁକା ଛେଚି ଶରୀରରେ ଘଷିବା ଦ୍ବାରା ତ୍ବଚାରେ ଚମକ ଆସିଥାଏ। ଏହା ସହିତ ବ୍ରଣ ମଧ୍ୟ ଦୂର ହୋଇଥାଏ। ଏହାଦ୍ବାରା ଖରାପ ତ୍ବଚା ମଧ୍ୟ ଚାଲିଯାଇଥାଏ।

error: Content is protected !!