ବିବାହ ଦୋଷ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ବିବାହ ଦୋଷ ରହିଲେ ବିବାହରେ ବିଳମ୍ବ ଏବଂ ବୈବାହିକ ଜୀବନରେ ଅଶାନ୍ତି ଲାଗି ରହିଥାଏ। ଏହା ଏକ ମାରାତ୍ମକ ଦୋଷ ଅଟେ। ଆମେ ଭାରତୀୟମାନେ ରୀତିନୀତି ଏବଂ ପରମ୍ପରାକୁ ମାନି ଚଳୁଥିବା ହେତୁ ଏହି ସବୁ ସମସ୍ୟା ଆମ ଜୀବନକୁ ବିଶେଷ ଭାବରେ ପ୍ରଭାବିତ କରିଥାଏ। ତେବେ ଏହି ଦୋଷ ଦୂରୀକରଣ ପାଇଁ ଅନେକ ଲୋକ ଅନେକ ଉପଚାର କରିଥାନ୍ତି କିନ୍ତୁ ଏହାର ସୁଫଳ ସହଜରେ ମିଳେନାହିଁ। ଏହାର ଏକ ସହଜ ଉପାୟ ଆଜି ଆମେ ଆପଣଙ୍କୁ କହିବୁ ଯାହାର ପ୍ରୟୋଗରେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇବା ସହ ଏକ ସୁଖମୟ ଜୀବନ ପାଇପାରିବେ। ତେବେ ଆସନ୍ତୁ ଜାଣିବା ସେହି ଉପଚାର ବିଷୟରେ।

୧- ଏହି ଦୋଷ ଦୂର କରିବା ପାଇଁ ପୂର୍ଣ୍ଣିମା ଦିନ ଗରିବମାନଙ୍କୁ ଫଳ ବାଣ୍ଟିଲେ ଏହି ଦୋଷ ଦୂର ହୋଇଥାଏ।
୨- ପ୍ରତି ପୂର୍ଣ୍ଣିମା ଦିନ ବିଷ୍ଣୁ ମନ୍ଦିରରେ ଯାଇ ଲଡୁ ଭୋଗ କରିଲେ ଏହି ଦୋଷରୁ ମୁକ୍ତି ମିଳିପାରିବ।
୩- ପ୍ରତିଦିନ କେଶର ଖାଇବା ଏବଂ ଏହାର ତିଳକ ଲଗାଇଲେ ବିବାହ ଦୋଷ ଦୂର ହୋଇଥାଏ।
୪- ଗୁରୁବାର ଦିନ ଗରିବଙ୍କୁ ବସ୍ତ୍ର ଦାନ କରିଲେ ଏହି ଦୋଷ ଦୂର ହୁଏ।
୫- ଗୁରୁବାର ଦିନ କଦଳୀ ଗଛକୁ ପୂଜା କରିଲେ ଏହି ଦୋଷ ଦୂର ହୁଏ। ଧ୍ୟାନ ରଖନ୍ତୁ ଏପରି ଆପଣଙ୍କୁ ୨୧ ପାଳି କରିବାକୁ ହେବ।

ଉପରୋକ୍ତ ସବୁ ଉପାୟ ଅବଲମ୍ବନ କରିଲେ ବିବାହ ଦୋଷ ଦୂର ହୋଇଥାଏ ଏହା ସହ ବୈବାହିକ ଜୀବନ ସୁଖମୟ ହୋଇଥାଏ।

error: Content is protected !!