ଜନ୍ମବାର ଅନୁସାରେ ବ୍ୟକ୍ତିଙ୍କ ଗୁଣ ଓ ଲକ୍ଷଣ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ?

ଜନ୍ମବାର ଅନୁସାରେ ଆପଣ ବ୍ୟକ୍ତିଙ୍କ ଗୁଣ ଓ ଲକ୍ଷଣ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ବିଶ୍ୱାସ ରହିଛି ବ୍ୟକ୍ତି ଜନ୍ମ ହେଉଥିବା ସମୟ, ସ୍ଥାନ, ବାର, ମାସ ଇତ୍ୟାଦିର ମହତ୍ୱ ରହିଛି। କାରଣ ବ୍ୟକ୍ତିର ଭାଗ୍ୟ ଏସବୁ ନେଇ ପରିବର୍ତ୍ତନ ହୁଏ। ଆଜି ଜାଣିବା ବ୍ୟକ୍ତିର ଜୀବନରେ ଜନ୍ମ ବାରର କଣ ମହତ୍ୱ ରହିଛି।
ରବିବାର: ରବିବାରରେ ଜନ୍ମ ହୋଇଥବା ବ୍ୟକ୍ତି ଅଭିମାନୀ, କ୍ରୋଧୀ, ହୋଇଥୁବାବେଳେ ସ୍ତ୍ରୀକୁ ଭରପୂର ସୁଖ ଦେବାର କଳା ଏମାନଙ୍କୁ ବେଶ୍‌ ଜଣାଥାଏ। ଏହାସହିତ ଏମାନେ ଧାର୍ମିକ ଓ ଭ୍ରମଣପ୍ରିୟ ହୋଇଥାଆନ୍ତି।
ସୋମବାର : ସୋମବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଶାନ୍ତ ସ୍ୱଭାବର ହୋଇଥାଆନ୍ତି । ଭୋଗବିଳାସ ଜୀବନ ବିତାଇବାରେ ବେଶ୍‌ ଆନନ୍ଦ ପାଆନ୍ତି । ଧୀର ନୀତି ଓ ଅଳସୁଆମି ଯୋଗୁଁ ବିଭିନ୍ନ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ହେଲେ ପ୍ରିୟ ଭାଷା କହି ଅନ୍ୟର ମନ ଜିଣିବାରେ ଏମାନେ ପାରଙ୍ଗମ ହୋଇଥିବାରୁ ଅସୁବିଧାରୁ ସହଜରେ ବର୍ତ୍ତି ଯାଆନ୍ତି।

ମଙ୍ଗଳବାର : ମଙ୍ଗଳବାର ଜନ୍ମ ହୋଇଥିବା ବ୍ୟକ୍ତି ସାହାସୀ, ଚଞ୍ଚଳମତି, ଶତ୍ରୁ ବିରୋଧୀ, କ୍ଷଣକୋପୀ, ବିଦ୍ୟାପ୍ରବଣ, ବୁଦ୍ଧିମତି, ବିଭିନ୍ନ କର୍ଯ୍ୟ କରିବାରେ ବେଶ୍‌ କୌଶଳୀ ହୋଇଥିବାବେଳେ ବେଶ୍‌ ଚିନ୍ତାଶୀଳ ମଧ୍ୟ ହୋଇଥାଆନ୍ତି ।
ବୁଧବାର : ନୁଧବାର ଜନ୍ମ ହୋଇଥୁବା ବ୍ୟକ୍ତି ନ୍ୟାୟବନ୍ତ ଗୁଣୀ, ଅତିଚତୁର, ଧର୍ମ କାର୍ଯ୍ୟରେ ଆଗ୍ରହୀ, ଭୋଗବିଳାସ ପ୍ରିୟ ହୋରଥାନ୍ତି। ବିଚାର ପୂର୍ବକ ବିଭିନ୍ନ କାର୍ଯ୍ୟ କଗିଥାଆନ୍ତି।
ଗୁରୁବାର : ଗୁରୁବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ବହୁଗୁଣର ଅଧକାରୀ, ବହୁବିଦ୍ୟାରେ ବିଚକ୍ଷଣ, ଧାର୍ମିକ ହୋଇଥିବାବେଳେ ଭ୍ରମଣ ପ୍ରିୟ ହୋଇଥାନ୍ତି। ସମୟ ସମୟରେ ପଶୁ ପରି ସ୍ୱଭାବ ଦେଖାଇଥାନ୍ତି। ଏହାସହ ଏମାନେ ମଧ୍ୟ କ୍ଷମାଶୀଳ ହୋଇଥାଆନ୍ତି ।

ଶୁକ୍ରବାର : ଶୁକ୍ରବାର ଦିନ ଯେଉଁ ବ୍ୟକ୍ତି ଜନ୍ମ ହୋଇଥାଆନ୍ତି ସେମାନେ ନୀତି ନିୟମବୁ ମାନି ଚଳିବାକୁ ଚେଷ୍ଟା କରନ୍ତି । ପର ଉପକାରୀ ହୋଇଥିବାବେଳେ ଭ୍ରମଣ ପ୍ରିୟ ହୋଇଥାଆନ୍ତି। ଏମାନେ ସ୍ତ୍ରୀକୁ ସୁଖରେ ରଖିବାରେ ହେଳା କରନ୍ତି ନାହିଁ ।
ଶନିବାର : ଶନିବାର ଦିନ ଜନ୍ମ ହୋଇଥୁବା ବ୍ୟକ୍ତି କ୍ଷଣକୋପୀ ହୋଇଥିବା ବେଳେ ଚଞ୍ଚକବର୍ତ୍ତୀ, ବହୁତ ଅହଂକାରୀ, ଈର୍ଷାଳୁ ପରଧନରେ ଲୋଭ କରୁଥିବାବେଳେ ଯଶ୍ଵସୀ ମଧ୍ୟ ହୋଇଥାଆନ୍ତି ।

error: Content is protected !!