ଏପରି ଗାଁ ଯେଉଁଠାରେ ମହିଳା, ପୁରୁଷ ଠାରୁ ଆରମ୍ଭ କରି ପଶୁ ପକ୍ଷୀ ଯାଏ ସମସ୍ତେ ଅନ୍ଧ

ଏପରି ଏକ ଗାଁ ଅଛି ଯେଉଁଠାରେ ମହିଳା, ପୁରୁଷ ଠାରୁ କରି ପଶୁ ପକ୍ଷୀ ଯାଏ ସମସ୍ତେ ଅନ୍ଧ । ଏଠାରେ ପକ୍ଷୀ ଉଡି ପାରନ୍ତି ନାହିଁ । ମଣିଷଙ୍କର ଆଖି ଥାଇ କେହି କିଛି ଦେଖି ପାରନ୍ତି ନାହିଁ । ଏଠାରେ ଏମିତି କାହିଁକି, ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ। ଜାଣିବା ଏହା ପଛରେ ଥିବା ବାସ୍ତବ କଥା।

ଟିଲ୍ଟେପକ ନାମକ ଏହି ଗାଁରେ ଜୋପୋଟେକ ନାମକ ଜନଜାତୀ ବାସ କରନ୍ତି । ଏଠାରେ ୩ ଶହରୁ ଉଦ୍ଧ ରେଡ୍ ଇଣ୍ଡିଆନ ବାସ କରୁଥିବା ବେଳେ ୭୦ଟି ଘର ମଧ୍ୟ ରହିଛି । ଏଠାରେ ଲୋକଙ୍କୁ ଆଲୁଅର ଆବଶ୍ୟକତା ପଡ଼ିନଥାଏ। ଦୃଷ୍ଟିହୀନ କାରଣରୁ ଲୋକମାନେ ପଥର ଉପରେ ଶୋଇବା ସହ ଖାଦ୍ୟରେ ଫଳ ମୂଳ ଖାଇଥାନ୍ତି ।

ଆଶ୍ଚର୍ଯ୍ୟ କଥା ମନୋରଞ୍ଜନ ପାଇଁ ଏଠାରେ ଲୋକ ନାଚ ଗୀତ ମଧ୍ୟ କରିଥାନ୍ତି । ସୂଚନା ଅନୁସାରେ ଗାଁରେ ପିଲା ଜନ୍ମ ହେବା ସମୟରେ ଦେଖି ପାରୁଥାଏ କିନ୍ତୁ ଧୀରେ ଧୀରେ ଅନ୍ଧ ହୋଇଯାଇଥାନ୍ତି । ବୈଜ୍ଞାନିକମାନେ ମଧ୍ୟ ଏହି କଥାର ଯାଞ୍ଚ କରିଥିଲେ।

ତାଙ୍କ କହିବା ଅନୁସାରେ ଏଠାରେ ଲୋକମାନେ ଅନ୍ଧ ବିଶ୍ୱାସୀ । ଏହି ଅଂଚଳରେ ଏକ ସ୍ୱତନ୍ତ୍ର ଧରଣର ବିଶାକ୍ତ ମାଛି ଅଛି । ଏହି ମାଛି କାମୁଡିବା ଦ୍ୱାରା ବିଶାକ୍ତ ଜୀବାଣୁ ରକ୍ତରେ ମିଶିଥାନ୍ତି, ଯାହାର କାରଣରେ ଏଠାରେ ସମସ୍ତେ ଦୃଷ୍ଟିଶକ୍ତି ହରେଇ ଥାନ୍ତି।

error: Content is protected !!