ସିଝା ଅଣ୍ଡା ଖାଇବା ବେଳେ କରନ୍ତୁ ନାହିଁ ଏହିସବୁ ଭୁଲ, ନଚେତ ଚାଲିଯିବ ଜୀବନ

ଅଣ୍ଡା ଏକ ପୁଷ୍ଟିକର ଖାଦ୍ୟ ଅଟେ। ଏହାକୁ ଖାଇବା ସ୍ୱାସ୍ଥ୍ୟକର ବୋଲି ସ୍ୱାସ୍ଥ୍ୟବୀତମାନେ ମତ ଦିଅନ୍ତି। ବଡ଼ ବଡ଼ ବଡି ବିଲଡରମାନେ ଡାଏଟରେ ଏହାକୁ ଖାଇବାକୁ ପରାମର୍ଶ କରନ୍ତି। ଅଣ୍ଡା ଖାଇବାକୁ ମଧ୍ୟ ଅନେକ ଲୋକ ଭଲ ପାଇଥାନ୍ତି। ଅଣ୍ଡା ସିଝା ଅବସ୍ଥାରେ ଥିବା ସମୟରେ ହିଁ ଅଧିକ ଟେଷ୍ଟ ଲାଗିଥାଏ। ତେବେ ଆଜି ଏହି ସିଝା ଅଣ୍ଡା ଖାଇବା ବେଳେ ଆମକୁ କଣ କରିବାକୁ ହେବ ଏବଂ କଣ ନୁହେଁ ତାହା ବିଷୟରେ ଆମେ ଆପଣଙ୍କୁ କହିବୁ। ଆସନ୍ତୁ ଜାଣିବା।

୧- ଅଣ୍ଡା ଖାଇବା ପୂର୍ବରୁ କୌଣସି କ୍ଷୀର ଜାତୀୟ ଜିନିଷ ଖାଆନ୍ତୁ ନାହିଁ। ଏପରି କରିବା ଦ୍ୱାରା ଶରୀରରେ ଉତ୍ତାପ ବୃଦ୍ଧି ପାଇବା ସହ ଆପଣଙ୍କ ଶାରୀରିକ ସନ୍ତୁଳନ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି।
୨- ସିଝା ଅଣ୍ଡାର କେଶର କେବେ ମଧ୍ୟ ଖାଆନ୍ତୁ ନାହିଁ। ଏହାକୁ ଖାଇ ଅନ୍ୟ କୌଣସି ଜିନିଷ ଖାଇପାରିବେ ନାହିଁ ଏହା ଫୁଡ଼ ପଏଜନ କରାଇଥାଏ। ଏହା ବ୍ୟତୀତ ଏହା ଆମ ହୃଦ ଜନିତ ସମସ୍ୟାକୁ ବଢ଼ାଇଥାଏ।
୩- ଦିନକୁ ଗୋଟିଏ ବା ଅତିବେଶିରେ ଦୁଇଟି ଅଣ୍ଡା ଖାଇବେ। ଏହାଠାରୁ ଅଧିକ ଖାଇଲେ ଆପଣଙ୍କ ଦେହ ଖରାପ ହେବାର ଯଥେଷ୍ଟ ସମ୍ଭାବନା ରହିଛି।
୪- ପୁରା ଗରମ ଅଣ୍ଡାକୁ ଖାଆନ୍ତୁ ନାହିଁ। ଏହାକୁ ଖାଇଲେ ଆପଣଙ୍କର ଝାଡା ଓ ବାନ୍ତି ମଧ୍ୟ ହୋଇପାରେ। ଏହାସହ ଆପଣଙ୍କ ପେଟର ସନ୍ତୁଳନ ନଷ୍ଟ ହେବାର ଯଥେଷ୍ଟ ଆଶଙ୍କା ରହିଛି।

error: Content is protected !!