ଫିଲ୍ମରେ ହିରୋ ହିରୋଇନ ପିନ୍ଧୁଥିବା ପୋଷାକକୁ ସୁଟିଂ ପରେ କଣ କରାଯାଏ?

ପ୍ରତ୍ୟେକ ମାସରେ ଅନେକ ନୂଆ ନୂଆ ଫିଲ୍ମ ରିଲିଜ ହେଉଥିବାବେଳେ ମନରେ ଗୋଟିଏ ପ୍ରଶ୍ନ ଆସେ, ଏହିସବୁ ଫିଲ୍ମରେ ହିରୋ ହିରୋଇନ ପିନ୍ଧୁଥିବା ପୋଷାକକୁ ସୁଟିଂ ପରେ କଣ କରାଯାଏ। ଏହା ସହ ଫିଲ୍ମ ଶେଷ ହେବା ପରେ କଳାକାରମାନେ ପିନ୍ଧିଥିବା ପୋଷାକ କେଉଁ କାମରେ ଲାଗେ, ସେ ପ୍ରଶ୍ନ ମଧ୍ୟ ସମସ୍ତଙ୍କ ମନରେ ଆସିଥାଏ। ଆଜି ଆମେ ସେହି ପ୍ରଶ୍ନର ଉତ୍ତର ରଖିବୁ।

ସୁଟିଂ ଶେଷ ହେବା ପରେ ସେଲିବ୍ରିଟିମାନେ ପିନ୍ଧିଥିବା ପୋଷାକ କ’ଣ ହୁଏ, ସେ ବିଷୟରେ ଏକ ସାକ୍ଷାତକାରରେ ଜଣାଇଥିଲେ ୟଶରାଜ ଫିଲ୍ମସର ଷ୍ଟାଇଲିଷ୍ଟ ଆୟଶା ଖାନ୍ନା। ତାଙ୍କ କହିବା ମୁତାବକ, ଅଧିକାଂଶ ପୋଷାକରେ ଫିଲ୍ମର ଟ୍ୟାଗ୍ ଲଗାଯାଇ ତାକୁ ରଖି ଦିଆଯାଇଥାଏ। ଯାହା ପରେ ସେଥିରେ କିଛି ନୂଆ ଡିଜାଇନ୍ ମିଶାଇ କନିଷ୍ଠ କଳାକାରମାନଙ୍କୁ ବ୍ୟବହାର କରିବା ପାଇଁ ଦିଆଯାଇଥାଏ।

ଏହା ସହ ପ୍ରଯୋଜନା ସଂସ୍ଥା ନିଜର ଅନ୍ୟ କୌଣସି ଫିଲ୍ମ ପାଇଁ ମଧ୍ୟ ସେ ପୋଷାକକୁ ବ୍ୟବହାର କରିଥାନ୍ତି। ବେଳେ ବେଳେ କଳାକାରମାନଙ୍କୁ ପୋଷାକ ପସନ୍ଦ ଆସିଲେ, ସେମାନେ ପିନ୍ଧିଥିବା ପୋଷାକକୁ ନିଜ ପାଖରେ ରଖିନିଅନ୍ତି। ଅନେକ ସମୟରେ କୌଣସି ଏନଜିଓକୁ ଦାନ କରିବା ପାଇଁ କଳାକାରମାନଙ୍କ ପୋଷାକର ନିଲାମୀ ମଧ୍ୟ କରାଯାଏ।

error: Content is protected !!