ସ୍ୟାଲେରୀ ସ୍ଲିପ ନ ଦେଖାଇବାରୁ ବେଦୀରୁ ଉଠିଗଲା ଝିଅ, ଜାଣନ୍ତୁ ପୁରା ଘଟଣା

ଏବେ ଯୌତୁକ ଏକ ସାମାଜିକ ବ୍ୟାଧି ଭାବରେ ମୁଣ୍ଡ ଟେକିଛି। ଏହି କାରଣ ଲାଗି ଦେଶରେ କେତେ ଯେ ଘର ଭାଙ୍ଗୁଛି ଆଉ କେତେ ଝିଅ ନିର୍ଯ୍ୟାତନାର ଶିକାର ହେଉଛନ୍ତି ତାହାର କୌଣସି ହିସାବ ନାହିଁ। ତେବେ କିଛି ଝିଅ ଏହାକୁ ମୁଣ୍ଡ ପାତି ସହିଯିବା ବେଳେ କିଛି ଏହାର କଡା ଜବାବ ଦେଇ ଯୌତୁକ ବିରୁଦ୍ଧରେ ସ୍ୱର ଉଠାଉଛନ୍ତି। ଏହିପରି ଜଣେ ସାହସୀ ଝିଅ ବିବାହ ଦିନ ନିଜର ଯୌତୁକ ଲୋଭୀ ବରକୁ ଏକ ବଡ଼ ଝଟକା ଦେଇ ସବୁ ଝିଅଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଯୌତୁକ ନବା ପାଇଁ ଜିଦ କରୁଥିବା ବରକୁ ତାଙ୍କ ସ୍ୟାଲେରୀ ସ୍ଲିପ ଦେଖାଇବାକୁ କହି ସମସ୍ତଙ୍କ ସାମ୍ନାରେ ଲଜ୍ଜିତ କରିଛନ୍ତି ଏହି ଯୁବତୀ।

ଏହି ଘଟଣାଟି ଜମସେଦପୁରରେ ଘଟିଛି। ଏଠାକାର ଜଣେ ରିୟା ନାମକ ଯୁବତୀ ଏପରି କରିଛନ୍ତି । ଗତ ଶନିବାର ଦିନ ତାଙ୍କର ବିବାହ ଜଣେ ଇଞ୍ଜିନିୟରଙ୍କ ସହ ହେବାକୁ ସ୍ଥିର ହୋଇଥିଲା। ସ୍ଥିର କରାଯାଇଥିବା ସମୟରେ ହିଁ ବିବାହ କାର୍ଯ୍ୟ ହେବାକୁ ବର ଘର ଲୋକେ ଆସି ପହଁଚିଥିଲେ। ହେଲେ ବର ଘର ଲୋକ ଆସିବା ପରେ ୫ ଲକ୍ଷ ଟଙ୍କା ଯୌତୁକ ନେବେ ବୋଲି ଜିଦ କରିଥିଲେ।

ଏହାପରେ ହଠାତ ରାଗିଯାଇ କନ୍ୟା ବରର ସ୍ୟାଲେରୀ ସ୍ଲିପ ମାଗିବା ସହ ଦରମା ଅନୁସାରେ ଯୌତୁକ ମାଗିବା ଉଚିତ ବୋଲି କହିଥିଲେ। ଏହି କଥା ଶୁଣିବା ପରେ ବର ପକ୍ଷରୁ କୌଣସି ଜବାବ ନ ମିଳିବାରୁ ରିୟା ବେଦୀ ଛାଡି ପଳାଇ ଆସିଥିଲେ। ଫଳରେ ବରଟି ଶିଶୁପାଳ ହୋଇ ଘରକୁ ଫେରିଥିଲା। ଏହି ଘଟଣା ଏବେ ସବୁଆଡେ ଚର୍ଚ୍ଚା ସୃଷ୍ଟି କରିଛି।

error: Content is protected !!