କୋଚିଙ୍ଗ କ୍ଲାସରୁ ମିଳିଲା ଶିକ୍ଷକଙ୍କ ମୃତ ଦେହ, ପ୍ରେମ ଯୋଗୁଁ ଚାଲିଗଲା ଜୀବନ

କୋଚିଙ୍ଗ କ୍ଲାସରୁ ମିଳିଲା ଶିକ୍ଷକଙ୍କ ମୃତଦେହ, ପ୍ରେମକରି ଚାଲିଗଲା ଜୀବନ।

ପ୍ରେମ କରିବା ଯେ ଏତେ ଭୟଙ୍କର ହୋଇପାରେ ତାହା ଆପଣ ଏହି ରିପୋର୍ଟ ପଢିବା ପରେ ଜାଣିପାରିବେ। ଦିଲ୍ଲୀର ମହେନ୍ଦ୍ର ପାର୍କ ଅଞ୍ଚଳରେ ସୋମବାର ସକାଳୁ ଜଣେ ୨୬ବର୍ଷୀୟ ଯୁବକଙ୍କର ମୃତଦେହ ତାଙ୍କ ନିଜ କୋଚିଙ୍ଗ ସେଣ୍ଟରରୁ ଉଦ୍ଧାର କରାଯାଇଛି। ମୃତକ ଯୁବକ ସେହି କୋଚିଙ୍ଗ ସେଣ୍ଟରରେ ପଢ଼ାଉଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସୋମବାର ସକାଳେ ତାଙ୍କର କିଛି ଛାତ୍ର କୋଚିଂ କ୍ଲାସ ଆସିବା ପରେ ତାଙ୍କ ମୃତ ଦେହ ଦେଖି ପୋଲିସକୁ ଜଣାଇଥିଲେ।

ମୃତ ଯୁବକ ଜଣକ ହେଉଛନ୍ତି ଆଙ୍କିତ ରାଜ। ସେ କିଛି ଦିନ ତଳେ ଏହି କୋଚିଂ ସେଣ୍ଟରଟି ଖୋଲି କିଛି ପିଲାଙ୍କୁ ପଢ଼ାଇ ନିଜ ପେଟ ପୋଷୁଥିଲେ। ରବିବାର ଦିନ ରାତିରେ ତାଙ୍କୁ ହତ୍ୟା କରାଯାଇଥିଲା। ଆଙ୍କିତଙ୍କର ଘର ଲୋକ ଏହି ଘଟଣା ସମ୍ବଧରେ କହିଛନ୍ତି ଯେ, ସେ ଜଣେ ଝିଅକୁ ଭଲପାଉଥିଲେ। ସେହି ଝିଅର ଭାଇ କିନ୍ତୁ ସେମାନଙ୍କ ସମ୍ପର୍କକୁ ଆଦୌ ପସନ୍ଦ କରୁନଥିଲେ। ଫଳରେ ସେ ଅଙ୍କିତଙ୍କୁ ଝିଅଠାରୁ ଦୁରେଇ ଯିବାକୁ କହିଥିଲେ ଆଉ ଏପରି ନ କରିଲେ ସେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। କୌଣସି ପ୍ରମାଣ ନଥିବାରୁ ପୋଲିସ ଏହି କଥା କୁ ଭିତ୍ତି କରି କୌଣସି ପଦକ୍ଷେପ ନେଇ ପାରିନଥିଲେ ମଧ୍ୟ ଅନୁସନ୍ଧାନ ଜାରି ରଖିଛି।

error: Content is protected !!