ବିବାହର ମାତ୍ର ୩ମିନିଟ୍ ପରେ ଛାଡପତ୍ର, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବିବାହ ଏକ ପବିତ୍ର ବନ୍ଧନ। ଏହି ବନ୍ଧନରେ ଦୁଇଟି ମନ ସାତ ଜନ୍ମ ପାଇଁ ଏକାଠି ହୁଅନ୍ତି। ପରସ୍ପର ସହ ସାତ ଜନ୍ମ ଯାଏଁ ସାହାଯ୍ୟ କରିବା ଏବଂ ସବୁ ପରିସ୍ଥିତିରେ ସାଙ୍ଗରେ ରହିବାର ନିଷ୍ପତ୍ତି ନେଇ ବିବାହ କରିଥାନ୍ତି ଦମ୍ପତି। କିନ୍ତୁ କିଛି ଦମ୍ପତିଙ୍କର ବିବାହ ପରେ ବିଚ୍ଛେଦ ମଧ୍ୟ ହୁଏ । ବିଚ୍ଛେଦ ପଛରେ ରହିଥାଏ ଅନେକ ବଡ଼ କାରଣ ତେଣୁ ଦମ୍ପତି ଏହି ନିଷ୍ପତ୍ତି ନେଇଥାନ୍ତି। ତେବେ ବଡ଼ ଘଟଣା ନ ଘଟି ଛାଡପତ୍ର ଯାଏଁ କଥା ଯିବା ଅସମ୍ଭବ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବୁ ଯାହାକୁ ଶୁଣି ଆପଣ ବି କହିବେ ଯେ, ସାମାନ୍ୟ କଥାରୁ ବି ଛାଡ଼ପତ୍ର ହୋଇଯାଇପାରେ। ସ୍ୱାମୀ ସ୍ତ୍ରୀଙ୍କୁ ସାମାନ୍ୟ ଷ୍ଟୁପିଡ଼ କହିଦେବାରୁ ହିଁ ହୋଇଗଲା ବିଚ୍ଛେଦ ଆଉ ତାହା ବି ପୁଣି ବିବାହର ମାତ୍ର ୩ ମିନିଟ ପରେ।

ଯେଉଁ ଘଟଣା ବିଷୟରେ ଆପଣଙ୍କୁ କହୁଛୁ ତାହା ହେଉଛି କୁଏତର। ଏଠାରେ ଗୋଟିଏ ପ୍ରେମୀ ଯୁଗଳ ବିବାହ ପାଇଁ କୋର୍ଟକୁ ଆସିଥିଲେ। ଉଭୟଙ୍କ ସହ ତାଙ୍କର ପରିବାର ଏବଂ ସାଙ୍ଗସାଥୀମାନେ ଆସିଥିଲେ। ବିବାହ କାର୍ଯ୍ୟ ଠିକ ରୂପରେ ହୋଇଗଲା। ଯେତେବେଳେ ସେମାନେ ଘରକୁ ଫେରିବାକୁ ବାହାରିଲେ କନ୍ୟାଙ୍କ ଗୋଡ ଖସିଗଲା ଓ ସେ ତଳେ ପଡିଗଲେ । ଠିକ ଏତିକି ବେଳେ ବରଙ୍କ ମୁହଁରୁ ବାହାରି ଆସିଲା “ଓ ଷ୍ଟୁପିଡ଼”।

ଏତିକି କଥା ଶୁଣି ରାଗିଗଲେ ଯୁବତୀ ଏବଂ ହଠାତ ତାଙ୍କ ରାଗ ଏତେ ବଢିଗଲା ଯେ, ସେ ପୁଣି ଥରେ ସେହି ଓକିଲଙ୍କ ପାଖକୁ ଯାଇ ଛାଡପତ୍ର ଦେବାପାଇଁ ନିଷ୍ପତ୍ତି ନେଇଥିଲେ। ଏହି କାମ ସେ ଯଥାଶୀଘ୍ର କରିଲେ ଏମିତି କି ମାତ୍ର ୫ ମିନିଟ ଭିତରେ ଛାଡପତ୍ର ନ ହେଲେ ସେ କୁଆଡେ ଚାଲିଯିବେ ବୋଲି ମଧ୍ୟ ଧମକ ଦେଲେ। ଏହି ଘଟଣା ଏବେ ସବୁ ଆଡେ ଚର୍ଚ୍ଚାର ବିଷୟ ପାଲଟିଛି।

error: Content is protected !!