‘ବୁଲବୁଲ’ ଖବର: ପାରାଦୀପ ଠାରୁ ମାତ୍ର ୯୫ କିମି ଦୂରରେ ବାତ୍ୟା, ଏହାର ପ୍ରଭାବ ବିଷୟରେ ଜାଣନ୍ତୁ

ପାଣିପାଗ ସୂଚନା ଅନୁସାରେ ପାରାଦୀପଠାରୁ ୯୫ କିମି ଦୂରରେ ରହିଛି ‘ବୁଲବୁଲ’। ଘଂଟାପ୍ରତି ୧୫ କିମି ବେଗରେ ଓଡିଶା ଆଡକୁ ଆସୁଛି ଭୀଷଣ ସାମୁଦ୍ରିକ ଝଡ଼। ଆଜି ମଧ୍ୟ ରାତି ମଧ୍ୟରେ ସୁନ୍ଦରବନରେ ଛୁଇଁବ ସ୍ଥଳଭାଗ । ଏହାର ପ୍ରଭାବରେ କେନ୍ଦ୍ରାପଡା,ପାରାଦୀପ ଓ ଭଦ୍ରକରେ ବର୍ଷା ସାଙ୍ଗକୁ ପବନ। ଘଂଟାପ୍ରତି ୧୫ କିଲୋମିଟର ବେଗରେ ଆସୁଥିବା ବାତ୍ୟା ‘ବୁଲବୁଲ’ ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଇଛି। ଏହାର ପ୍ରଭାବରେ ତିନି ଦିନ ଯାଏ ଉପକୂଳ ଓ ଉତର ଓଡିଶାରେ ବର୍ଷା ଆରମ୍ଭ ହୋଇଛି ।

ବୁଲବୁଲ ପ୍ରଭାବରେ ୪ଟି ଜିଲ୍ଲାର ୬ଟି ବ୍ଲକ୍ ବିଶେଷ ଭାବେ ହୋଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରୀପଡା ଓ ଜଗତସିଂହପୁର ଜିଲ୍ଲାର ୬ଟି ବ୍ଲକରେ ବର୍ଷା ଏବଂ ପବନ ଯୋଗୁଁ ବ୍ୟାପକ କ୍ଷତିଗ୍ରସ୍ତ ହୋଇ ସାରିଲାଣି। ଭଦ୍ରକର ଧାମରା ଓ ଚାନ୍ଦବାଲିରେ ୭୯ କିଲୋମିଟର ବେଗରେ ପବନ ବହୁଥିବା ବେଳେ ବାସୁଦେବପୁର-ଧାମରା ରାସ୍ତାରେ ଶହ ଶହ ଗଛ ରାସ୍ତାରେ ଶୋଇରହିଛି । ବୁଲବୁଲ ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା , ରାଜନଗର, ରାଜକନିକା ଓ ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରବଳ ବର୍ଷା ହେଉଛି।

error: Content is protected !!