ଖୁସି ଖବର ଓଡ଼ିଶାରୁ ଦୂରଉଛି ବାତ୍ୟା ‘ବୁଲବୁଲ୍’, ପଶ୍ଚିମବଙ୍ଗକୁ ପାଖଉଛି

ଓଡିଶା ପାଇଁ ଖୁସି ଖବର ସଂଧ୍ୟା ସୁଦ୍ଧା ସ୍ୱାଭାବିକ ହେବ ବାତ୍ୟା। ପାଣିପାଗ ସୂଚନା ଅନୁସାରେ ଆଜି ସଂଧ୍ୟା ୬ଟାରୁ ରାତି ୮ଟା ଭିତରେ ସୁନ୍ଦରବନର ଡେଲଟା ଅଂଚଳରେ ସ୍ଥଳଭାଗ ଛୁଇଁବ ବାତ୍ୟା ବୁଲବୁଲ । ତାଜା ସୂଚନା ଅନୁସାରେ ବାତ୍ୟା ଓଡିଶାରୁ ଦୂରେଇ ଯାଉଥିବା ବେଳେ ପଶ୍ଚିମବଙ୍ଗ ଆଡକୁ ନିକଟତର ହେବାରେ ଲାଗିଛି । ବାତ୍ୟା ‘ବୁଲବୁଲ୍’ ପାରଦୀପଠାରୁ କମ ଦୂରରେ ରହିଥିବା ବେଳେ ଚାନ୍ଦବାଲିଠାରୁ ୧୧୦ କିଲୋମିଟର ଦୂରରେ ଏବଂ ବାଲେଶ୍ୱରଠାରୁ ୧୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୁତ ହେଉଥିବା ବେଳେ ଦୀଘାଠାରୁ ଏହା ୧୦୫ କିଲୋମିଟର ଦୂରରେ ଗତି କରୁଛି ।

ବତ୍ତର୍ମାନ ଓଡ଼ିଶାର ବିଭିନ୍ନ ସ୍ଥାନରେ ୭୦ରୁ ୮୦ କିମି ବେଗରେ ପବନ ବହୁଛି। ଏହା ସହିତ ପୂର୍ବପେକ୍ଷା ପ୍ରଭାବିତ ଜିଲ୍ଲା ତଥା କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷାର ପରିମାଣ କମିବା ସହ ପବନର ବେଗ ମଧ୍ୟ ହ୍ରାସ ପାଇଛି । ବାତ୍ୟା ବୁଲବୁଲ ବର୍ତ୍ତମାନ ଓଡିଶାରେ ଦୁର୍ବଳ ହେବାରେ ଲାଗିଛି । ଆଜି ସଂଧ୍ୟା ସୁଦ୍ଧାରେ ଓଡିଶାର ସ୍ଥିତି ସ୍ୱାଭାବିକ ହେବ।

error: Content is protected !!