ଓଡ଼ିଶାର ଅନ୍ୟତମ ପିକନିକ ସ୍ପଟ୍ – ଦେବକୁଣ୍ଡ

ଏବେ ପିକନିକ ଋତୁ ଚାଲିଛି। ସମସ୍ତେ ନିଜ ବନ୍ଧୁ ଏବଂ ପରିବାର ଵର୍ଗଙ୍କ ସହ ବିଭିନ୍ନ ସ୍ଥାନ ବୁଲିବା ପାଇଁ ଯାଉଛନ୍ତି। ନୂଆବର୍ଷର ମଜା ଉଠାଇବା ଲାଗି ଅନେକ ଦର୍ଶନୀୟ ସ୍ଥାନ ବୁଲିବାର ମଜା ନେବା ପାଇଁ ଲୋକେ ଏହି ଭଳି ଜାଗାକୁ ଖୋଜି ସେଠାରେ ବଣଭୋଜି କରି ମଜା ମଜଲିସ କରିବା ପାଇଁ ଚାହୁଁଥାନ୍ତି। ଆମେ ଆପଣଙ୍କୁ ଆଜି ଏହିପରି ଗୋଟିଏ ଜାଗା ବିଷୟରେ କହିବୁ ଯେଉଁଠି ଆପଣ ସବୁ କିଛି ପାଇପାରିବେ ଏବଂ ପିକନିକର ମଜା ଉଠାଇପାରିବେ।

ଆମେ ଯେଉଁ ଜାଗା ବିଷୟରେ ଆପଣଙ୍କୁ କହୁଛୁ ସେହି ଜାଗାଟି ହେଉଛି, ମୟୁରଭଞ୍ଜ ଜିଲ୍ଲାର ଦେବକୁଣ୍ଡ। ଏହି ଜାଗାଟିରେ ବର୍ଷସାରା ଅନେକ ଜାଗାରୁ ଲୋକମାନେ ବୁଲିବାକୁ ଆସନ୍ତି। ଏଠାରେ ବଣଭୋଜି କରିବାର ଯଥେଷ୍ଟ ସୁବିଧା ରହିଛି। ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ମାଆ ଅମ୍ବିକାଙ୍କ ଦର୍ଶନ କରିବାକୁ ମିଳେ। ଏହି ସ୍ଥାନ ଶିମିଳିପାଳର ପାଦଦେଶରେ ରହିଛି। ପାଖରେ ବଜାର ରହିଥିବାରୁ ଏଠାରେ ସବୁ ପ୍ରକାରର ସୁବିଧା ରହିଥାଏ। ସହଜରେ ସମସ୍ତ ଭୋଜି ପାଇଁ ସାମଗ୍ରୀ ଏଠାରେ ମିଳିପାରିଥାଏ। ଏହା ବ୍ୟତୀତ ନାଚଗୀତ କରିବା ପାଇଁ ମଧ୍ୟ ଜାଗା ରହିଛି। ଲୋକେ ଡିଜେ ବକ୍ସ ଆଣି ଏଠାରେ ମଜା ମଉଜ କରନ୍ତି।

ଏହାର ନାମ ଦେବକୁଣ୍ଡ ହେବାର ଅନେକ କାରଣ ରହିଛି। ବିଶ୍ୱାସ କରାଯାଏ ଯେ, ବିଶ୍ୱ ଭ୍ରମଣ କାଳରେ ଏଠାରେ ଆସି ସମସ୍ତ ଦେବଦେବୀ ସ୍ନାନ କରିଥିଲେ। ତେଣୁ ଏହାର ନାମ ଦେବ କୁଣ୍ଡ ରଖାଗଲା। ଏଠାରେ ଗାଧୋଇବା ଦ୍ୱାରା ପାପ ମଧ୍ୟ ନାଶ ହୋଇଥାଏ ବୋଲି ଲୋକେ କୁହନ୍ତି। ତେଣୁ ସମୂହ ଭାବରେ ଦେଖିବାକୁ ଗଲେ ଏହି ସ୍ଥାନ ଓଡ଼ିଶାର ଗୋଟିଏ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ।

error: Content is protected !!