ଜାତୀୟ ପତାକା ସମ୍ମାନ ପାଇଁ ତଳେ ପଡିବା ଆଗରୁ ଧୋନି କଲେ ଏମିତି କାମ, ଦେଖନ୍ତୁ ଭିଡ଼ିଓ

ଆଜି ହାମିଲଟନରେ ହୋଇଥିବା ମ୍ୟାଚରେ ଭାରତ ୪ ରନରେ ହାରିବା ସହ ସିରିଜ ହାତଛଡା କରିଛି । ଆଜି ମ୍ୟାଚରେ ଧୋନି ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ ମଧ୍ୟ ଜାତୀୟ ପତାକାକୁ ଏମିତି ଭାବରେ ସମ୍ମାନ ଦେଇ ପ୍ରଂଶସକଙ୍କ ମନ କିଣି ନେଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡ଼ିଓରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା।

ନ୍ୟୁଜିଲାଣ୍ଡ ବ୍ୟାଟିଂ କରୁଥିବା ସମୟରେ ଜଣେ କ୍ରିକେଟ ପ୍ରଂଶସକ ଧୋନିଙ୍କୁ ଭେଟିବା ପାଇଁ ସୁରକ୍ଷାବଳୟ ଭେଦ କରି ପଡିଆକୁ ଆସିଥିଲେ। ଏହାସହ ଧୋନିଙ୍କ ନିକଟରେ ପହଞ୍ଚି ଆଣ୍ଠେଇ ପଡିଥିଲେ। ଏହି ସମୟରେ ତାଙ୍କ ହାତରେ ଥିଲା ତ୍ରିରଙ୍ଗା । ତ୍ରିରଙ୍ଗା ଧରି ବ୍ୟକ୍ତି ଜଣଙ୍କ ଧୋନିଙ୍କ ପାଦ ଛୁଇଁବାକୁ ଯାଉଥିଲେ। ଏହା ଦେଖିବା ପରେ ଧୋନି ପ୍ରଥମେ ତ୍ରିରଙ୍ଗା ଛଡାଇ ଆଣିଥିଲେ ଏବଂ ପରେ ପ୍ରଂଶସକଙ୍କ ପିଠିରେ ହାତ ଲଗେଇଥିଲେ।

ଏହାର କାରଣ ଥିଲା ଜାତୀୟ ପତାକା ମାଟି ଛୁଇଁବା ପୂର୍ବରୁ, ଜାତୀୟ ପତାକାର ସମ୍ମାନ ରଖି ନିଜ ହାତକୁ ନେଇ ଆସିଥିଲେ ଧୋନି। ଦେଖନ୍ତୁ ଭିଡ଼ିଓ:

error: Content is protected !!