ହୋଲିରେ କରନ୍ତୁ କିଛି ଏମିତି ଦୂର ହେବ ସମସ୍ତ ଅଭାବ

ହୋଲି କିଛିଦିନ ପରେ ଆସିବାକୁ ଯାଉଛି। ଏହା ଭାରତର ଗୋଟିଏ ବଡ଼ ପର୍ବ ହୋଇଥିବା ହେତୁ ଏହାକୁ ନେଇ ଉଭୟ ପ୍ରସ୍ତୁତି ଏବଂ ଉତ୍ସାହ ଆରମ୍ଭ ହୋଇଗଲାଣି। ହୋଲିରେ କିଛି ଦିଗ ପ୍ରତି ଧ୍ୟାନ ଦେଲେ ଅନେକ ଅସୁବିଧା ଦୂର ହୋଇପାରିବ। ତେବେ ହୋଲିରେ କଣ କରିଲେ ସମସ୍ତ ପ୍ରକାରର ବିଘ୍ନ ଦୂର ହୋଇପାରିବ ଆସନ୍ତୁ ଜାଣିବା।

୧- ଟଙ୍କାର ଅଭାବ ରହୁଥିଲେ ଏହିଦିନ ମାଆ ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ଏହାସହ ଗାଈ ଏବଂ ଅନ୍ୟ ଗୃହପାଳିତ ପଶୁଙ୍କୁ ଖାଇବାକୁ ଦିଅନ୍ତୁ।
୨- ନିଜର ମନୋସ୍କାମନା ପୂର୍ଣ୍ଣ କରିବାକୁ ଏହିଦିନ ଶିଵଙ୍କ ପୂଜା କରିବାକୁ ହେବ। ଏହା ବ୍ୟତୀତ ଆପଣ ଯଦି ହନୁମାନଙ୍କୁ ୫ଟି ଭିନ୍ନ ରଙ୍ଗର ଫୁଲ ଲାଗି କରାଇପାରନ୍ତି ତେବେ ଏହା ସମ୍ଭବ ହୋଇପାରିବ।
୩- ବ୍ୟବସାୟରେ ଆଶାତୀତ ଲାଭ ନ ହେଉଥିଲେ ହୋଲି ଦିନ ଗୋଟିଏ ରୂପା କଏନରେ ଅବିର ଲଗାଇ ଏହାକୁ ସାଲୁକନାରେ ଗୁଡେଇ ଆଲମିରାରେ ରଖନ୍ତୁ।
୪- ଘରେ ଅଶାନ୍ତି ଲାଗି ରହୁଥିଲେ ହୋଲି ଦିନ ସକାଳୁ ନିଜ ଠାକୁର ଘରେ ଧଳା ଏବଂ ହଳଦିଆ ରଙ୍ଗର ଅବିର ପକାଇଲେ ଘରେ ଶାନ୍ତି ରହିବ।
୫- ଲକ୍ଷ୍ମୀଙ୍କ ବିଶେଷ କୃପା ପାଇବାକୁ ହେଲେ ଅବିରକୁ ସାଲୁକନାରେ ଗୁଡ଼ାଇ ନିଜ ଆଲମିରାରେ ସାଇତି ରଖନ୍ତୁ। ହୋଲି ଦିନ ଏହିପରି କରିବା ଦ୍ୱାରା ସମସ୍ତ ପ୍ରକାରର ମନୋସ୍କାମନା ପୂର୍ଣ୍ଣ ହୋଇଥାଏ।

error: Content is protected !!