ଇଜ୍ଜତ ବଞ୍ଚାଇଲା ବୁଲା କୁକୁର, ଜାଣନ୍ତୁ ଦୁଃଖର କାହାଣୀ

କୁକୁର ସବୁବେଳେ ଗୋଟିଏ ବିଶ୍ୱସ୍ତ ପଶୁ ଭାବରେ ପରିଚିତ। ଟିକିଏ ସ୍ନେହ ଆଦର ପାଇଲେ କୁକୁର ନିଜ ମାଲିକ ପାଇଁ ସବୁକିଛି କରିପାରେ। ଏହାର ଉଦାହରଣ ଆପଣ ସମସ୍ତେ ଅଳ୍ପ କିଛି ଜାଣିଛନ୍ତି। ତେବେ କୁକୁର କେବେ କାହାର ଖାଇ ଭୁଲିଯାଇ ନଥାଏ। ଯାହାର ଖାଏ ତାକୁ କିପରି ସୁରକ୍ଷିତ ରଖିବ ତାହାର ଦାୟିତ୍ୱ ସେ ନେଇଥାଏ। କୁକୁରର ଏପରି କାର୍ଯ୍ୟର ଏକ ଜ୍ଵଳନ୍ତ ଏବଂ ସତ ଉଦାହରଣ ଆଜି ଆମେ ଆପଣଙ୍କୁ ଦେବୁ।କୁକୁରକୁ ଯେଉଁ ଯୁବତୀ ସବୁବେଳେ ଖାଇବାକୁ ଦେଉଥିଲେ କୁକୁରଟି ସେହି ଯୁବତୀଙ୍କର ଇଜ୍ଜତ ବଞ୍ଚାଇଥିବା ଘଟଣା ପୁରା ଭାରତରେ ହଇଚଇ ସୃଷ୍ଟି କରିଛି।

ଆମେ ଯେଉଁ ଘଟଣା ବିଷୟରେ କହୁଛୁ ତାହା ହେଉଛି, ରାଜସ୍ଥାନର ଗୋଟିଏ ଅଞ୍ଚଳର। ଏଠାରେ ରହୁଥିବା ଜଣେ ଯୁବତୀଙ୍କୁ ଗୋଟିଏ ନିଶାଖୋର ଅସାମାଜିକ ବ୍ୟକ୍ତି ଆସି ଜୋର ଜବରଦସ୍ତ କରୁଥିଲା। ସେଠାରେ କେହି ନଥିବା କାରଣରୁ ଏହି ସୁଯୋଗର ଫାଇଦା ନେଇଥିଲେ ଦୁର୍ବୃତ୍ତ। ଠିକ ସେତିକି ବେଳେ ଗୋଟିଏ ବୁଲା କୁକୁର ଆସି ସେହି ବ୍ୟକ୍ତିକୁ କାମୁଡିବା ସହ ରକ୍ତାକ୍ତ କରିଦେଇଥିଲା ଫଳରେ ସେ ଭୟ ପାଇ ସେ ଜାଗା ଛାଡି ପଳାଇଥିଲା।

ସୂଚନା ମୁତାବକ ସବୁଦିନ ରାତିରେ ଏହି ଯୁବତୀ ଜଣକ ଉକ୍ତ ରକ୍ଷା କରିଥିବା କୁକୁରଟିକୁ ଖାଇବାକୁ ଦେଉଥିଲେ। ଏହି ଋଣକୁ ସେ ବହୁତ ଭଲ ଭାବରେ ଶୁଝି ପାରିଛି ଏବଂ ଯୁବତୀଙ୍କର ପ୍ରକୃତ ବିପଦରେ ତାଙ୍କୁ ସାହାଯ୍ୟ କରିଛି ବୋଲି ସେ କହିଛନ୍ତି। ସତରେ କୁକୁରର ନିସ୍ୱାର୍ଥ ଭଲପାଇବା ଅନ୍ୟ କୌଣସି ପ୍ରାଣୀଙ୍କ ଠାରେ ଦେଖିବାକୁ ମିଳିବ ନାହିଁ।

error: Content is protected !!