ଗରମରୁ ବଞ୍ଚିବା ପାଇଁ ଭୁଲରେ ପିଅନ୍ତୁ ନାହିଁ ଥଣ୍ଡା ପାଣି, ଭୋଗିପାରନ୍ତି ଏହି ଅସୁବିଧା

ଗରମ ଦିନେ ଗରମ ହେବା ସ୍ୱାଭାବିକ କଥା । ଏଥିରୁ ମୁକ୍ତି ପାଇବା ପାଇଁ ଲୋକମାନେ ଫ୍ରିଜରେ ଥିବା ଥଣ୍ଡା ପାଣି ପିଇଥାନ୍ତି। କିଛିଲୋକ ଏମିତି ଥାଆନ୍ତି, ଯେଉଁମାନେ ଥଣ୍ଡା ପାଣି ନ ପିଇଲେ ତାଙ୍କ ଶୋଷ ମେଂଟି ନଥାଏ । ଆଜି ଜାଣିବା ଅତ୍ୟନ୍ତ ଥଣ୍ଡା ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କଣ କ୍ଷତିକାରକ ହୋଇଥାଏ ।

  • ଥଣ୍ଡା ପାଣି ପିଇଲେ ରକ୍ତ ନଳୀ ସଙ୍କୁଚିତ ହୋଇଯାଇଥାଏ । ଯାହା ଦ୍ୱାରା ପାଚନ ପ୍ରକ୍ରିୟା ଦୁର୍ବଳ ହୋଇଯାଏ । ଆଉ ଖାଦ୍ୟ ଠିକ୍ ଭାବରେ ହଜମ ନହେବା ଦ୍ୱାରା ଶରୀରକୁ ଏହାର ପୌଷ୍ଟିକ ତତ୍ୱ ମିିଳିପାରିନଥାଏ ।
  • ଖରାରୁ ଆସି ହଠାତ୍ ଥଣ୍ଡା ପାଣି ପିଇବା ଅନୁଚିତ୍ । ଏହା ଦ୍ୱାରା ଅଂଶୁପାତ ହେବାର ସମ୍ଭାବନା ଥାଏ ।
  • ଥଣ୍ଡା ପାଣି ପିଇଲେ ଗଳା ଖରାପ ହୋଇଥାଏ ।
  • ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଥଣ୍ଡା ପାଣି ପିଇଲେ ହୃଦୟର ଗତି ଧୀର ହୋଇଯାଇଥାଏ ।
  • ଏହାସହ ଥଣ୍ଡା ପାଣି ପିଇଲେ ମୁଣ୍ଡ ବିନ୍ଧା ମଧ୍ୟ ହେବାର ସମ୍ଭାବନା ଥାଏ । ଯଦି ଆପଣଙ୍କ ମୁଣ୍ଡ ବିନ୍ଧା ସମସ୍ୟା ଆରମ୍ଭରୁ ଅଛି ତେବେ ଥଣ୍ଡା ପାଣିରୁ ଦୂରରେ ରୁହନ୍ତୁ ।
error: Content is protected !!