ଏହି କାରଣ ଲାଗି ଝିଅ ବିଦା ହେଲା ବେଳେ ହଳଦୀ ଅରୁଆ ଫୋପାଡ଼ିବାର ନିୟମ ରହିଛି

ଭାରତ ପରମ୍ପରାର ଦେଶ। ବିବାହ ଆମ ଦେଶର ଗୋଟିଏ ସ୍ୱତନ୍ତ୍ର ପରମ୍ପରା ଭାବରେ ପରିଗଣିତ। ତେବେ ବିବାହକୁ ନେଇ ଅନେକ ନୀତିନିୟମମାନ ରହିଛି। ଏହି ନୀତିନିୟମ ଅନୁସାରେ ଉଭୟ ବର ଏବଂ କନ୍ୟାକୁ ଅନେକ ଜିନିଷ କରିବାକୁ ପଡ଼ିଥାଏ। ଏହି ନିୟମଗୁଡିକ ଭିତରୁ ହିନ୍ଦୁ ଧର୍ମର ବାହାଘରରେ ଦେଖିବାକୁ ମିଳେ ଯେ, ଝିଅ ବିଦା ହେଲାବେଳେ ହଳଦୀ ମିଶା ଚାଉଳ ଫିଙ୍ଗିଥାଏ। ଏହାର କାରଣ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ। ତେବେ ଆସନ୍ତୁ ଜାଣିବା।

ହିନ୍ଦୁ ଶାସ୍ତ୍ର ଅନୁସାରେ, ଝିଅ ବିଦା ହେଲା ବେଳେ ନିଜ ଘରକୁ ଛାଡି ଅନ୍ୟ ଘରକୁ ଯିବା ବେଳେ ସବୁ ମୋହମାୟା ଛାଡି ଯିବାକୁ ପଡେ। ଏହି ଯୋଗୁଁ ସେ ନିଜର ଶଶୁରଙ୍କ ଘରେ ସମସ୍ତଙ୍କୁ ନିଜର କରି ଚଳିପାରେ ଏବଂ ସମସ୍ତଙ୍କୁ ଖୁସିରେ ରଖିପାରେ। ଯଦି ନିଜେ ଛାଡି ଯାଇଥିବା ଘରେ କୌଣସି ପ୍ରକାରର ବି ମୋହ ଛାଡି ଯାଇଥାଏ ତେବେ ସେ ଅନେକାଂଶରେ ହଇରାଣ ହୋଇଥାଏ।

ତେବେ ଚାଉଳ ଫିଙ୍ଗିବାର ମାନେ ହେଉଛି ଯେ, ସେ ନିଜ ଘର ପ୍ରତି ଥିବା ସମସ୍ତ ମୋହକୁ ତ୍ୟାଗ କରି ଆଗକୁ ବଢିବାକୁ ଯାଉଛି। ଏହା ସହ ନିଜେ ଛାଡି ଯାଉଥିବା ଘରର ସୁଖ ଶାନ୍ତି କାମନା ଲକ୍ଷ୍ୟରେ ଏହି ପରମ୍ପରା କରାଯାଇଥାଏ।

error: Content is protected !!