ଏହି କାରଣ ପାଇଁ ନାରୀମାନେ ନିଜ ସ୍ୱାମୀଙ୍କ ନାଁ ମୁହଁରେ ଧରନ୍ତି ନାହିଁ

ହିନ୍ଦୁଧର୍ମ ଗୋଟିଏ ସ୍ୱତନ୍ତ୍ର ଧର୍ମ।ଏହି ଧର୍ମରେ ଅନେକ ରୀତିନୀତି ଏବଂ ପରମ୍ପରା ରହିଛି। ଆପଣ ଜାଣିଥିବେ ଜଣେ ହିନ୍ଦୁ ବିବାହିତା ନାରୀ କେତେ ରୀତିନୀତି ମାନି ଚଳନ୍ତି। ଏହି ରୀତିନୀତି ଓ ପରମ୍ପରା ଭିତରୁ ଗୋଟିଏ ହେଉଛି ସ୍ୱାମୀଙ୍କ ନାଁ ତୁଣ୍ଡରେ ନ ଧରିବା। ତେବେ ବିବାହ ପରେ ନିଜ ସ୍ୱାମୀଙ୍କ ନାଁ କାହିଁକି ନାରୀମାନେ ଧରନ୍ତି ନାହିଁ ଆଜି ଆମେ ଏହା ଆପଣଙ୍କୁ କହିବୁ। ତେବେ ଆସନ୍ତୁ ଜାଣିବା ଏହା ପଛର ରହସ୍ୟ।

ପ୍ରତି ଟି ନାରୀ ଇଚ୍ଛା କରନ୍ତି ତାଙ୍କ ଶଙ୍ଖା ସିନ୍ଦୁର ସବୁବେଳେ ସେମିତି ରହିଥାଉ। କେବେ ମଧ୍ୟ ନିଜ ସ୍ୱାମୀଙ୍କ ଉପରେ କୌଣସି ବିପଦ ନ ଆସିବା ପାଇଁ ସେ ଅନେକ ଓଷା ଉପାସ କରିଥାନ୍ତି। ତେବେ ପୁରାଣ ଅନୁସାରେ ଏପରି ଅନେକ କାମ କରିବାକୁ ବାରଣ କରାଯାଇଛି ଯେଉଁଥିରେ ସ୍ୱାମୀଙ୍କ ଆୟୁଷ କମିଯିବ। ଏହା ଅନୁସାରେ ସ୍ୱାମୀଙ୍କ ନାଁ ସ୍ତ୍ରୀ ଧରି ଡାକିଲେ ସ୍ୱାମୀଙ୍କ ଆୟୁଷ କମିଥାଏ। ଏହା ବ୍ୟତୀତ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଥିବା ସମ୍ପର୍କ ନାଁ ଧରିଲେ ସୁଖମୟ ହୋଇପାରେନାହିଁ। ତେବେ ଏହାକୁ ଏବେର ଦମ୍ପତିମାନେ ଖାତିର ନ କରୁଥିଲେ ମଧ୍ୟ ଆଗ କିଛି ପିଢ଼ି ଏହାକୁ ଖୁବ ଆଦରର ସହ ପାଳନ କରୁଥିଲେ।

error: Content is protected !!