ଏହି କାରଣରୁ ଠିଆ ହୋଇ କିଛି ଖାଇବା ହୋଇଥାଏ କ୍ଷତିକାରକ

ଖାଦ୍ୟ ଖାଇବା ଦ୍ୱାରା ମଣିଷ ବଞ୍ଚିଥାଏ। ଖାଦ୍ୟ ଖାଇବାକୁ ନେଇ ଅନେକ ଗୁଡିଏ ରୀତିନୀତି ରହିଛି। ଏହା ଉଭୟ ସ୍ୱାସ୍ଥ୍ୟ ଏବଂ ଶାସ୍ତ୍ର ଦୃଷ୍ଟିରୁ ପାଳନ କରାଯାଇଥାଏ। ଆପଣ ପ୍ରାୟ ଶୁଣିଥିବେ ଯେ, ଆମଠାରୁ ବୟସରେ ବଡ଼ ଲୋକମାନେ ଆମକୁ ବସି ଆରାମରେ ଖାଇବାକୁ କହିଥାନ୍ତି। ଏହାର କାରଣ ଅନେକ ରହିଛି। କିନ୍ତୁ ଏବେ ବିବାହ ଭୋଜି ହେଉ କିମ୍ବା ଅନ୍ୟ କୌଣସି ସର୍ବସାଧାରଣ ଖାଇବା ସ୍ଥାନ ସବୁଠାରେ ଠିଆ ହୋଇ ଲୋକ ଖାଆନ୍ତି। କିନ୍ତୁ ଠିଆ ହୋଇ ଖାଇବା ଦ୍ୱାରା ଅନେକ ସମସ୍ୟା ହୋଇଥାଏ। ଏହି ସମସ୍ୟା ଗୁଡିକ କଣ ଆସନ୍ତୁ ଜାଣିବା।

୧- ଠିଆ ହୋଇ ଖାଇଲେ ପେଟରେ ଷ୍ଟୋନ ହେବାର ଆଶଙ୍କା ଖୁବ ବେଶୀ ରହିଛି। ଏହା ସହ କିଡନୀ ଜନିତ ଅନେକ ସମସ୍ୟା ଦେଖା ଦେଇଥାଏ।
୨- ଠିଆ ହୋଇ ଖାଇଲେ ଆଣ୍ଠୁ ଗଣ୍ଠି ଆଦିରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଫଳରେ ବ୍ୟକ୍ତି ଚାଲି ପାରନ୍ତି ନାହିଁ।
୩- ଏପରି ଖାଇଲେ ପେଟ ଭରେନାହିଁ। ଠିଆ ହୋଇ ଖାଇବା ଜନିତ ଅନ୍ୟମନସ୍କତା ରହିବା କାରଣରୁ ଏପରି ହୋଇଥାଏ।
୪- ଠିଆ ହୋଇ ଖାଇଲେ ହଜମକ୍ରିୟା ଭଲ ଭାବରେ ହୋଇପାରି ନଥାଏ ଏବଂ ପେଟ ଜନିତ ଅନେକ ସମସ୍ୟା ଦେଖା ଦେଇଥାଏ।
୫- ଏପରି ଖାଇଲେ ଆମ ଶରୀରର ଅନ୍ତ୍ରନଳୀ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ। ଫଳରେ ପରବର୍ତ୍ତୀ ସମୟରେ ଅନେକ ଅସୁବିଧାର ସମ୍ନା କରିବାକୁ ପଡେ।

error: Content is protected !!