ଶାସ୍ତ୍ର ଅନୁସାରେ ଏହିସବୁ ଅଭ୍ୟାସ ଥିଲେ ବ୍ୟକ୍ତି ସବୁବେଳେ ଗରିବ ହୁଏ

ଦୁନିଆରେ ଏମିତି କେହିଜଣେ ବି ନାହାଁନ୍ତି ଯିଏ ସବୁବେଳେ ଅଭାବ ଅସୁବିଧାରେ ରହିବାକୁ ଚାହିଁଥାନ୍ତି। ସମସ୍ତେ ଏକ ସୁଖୀ ଜୀବନ ଆଶା କରନ୍ତି। ଏହି ସୁଖୀ ଜୀବନ ପାଇଁ ଧନ ଆବଶ୍ୟକ। ଧନ ଅର୍ଜନ କରିବାକୁ ସମସ୍ତେ ପରିଶ୍ରମ କରନ୍ତି କିନ୍ତୁ ଯେତେ ପରିଶ୍ରମ କରିଲେ ବି କିଛି ଜଣ ଆଦୌ ଧନୀ ହୋଇପାରନ୍ତି ନାହିଁ। ନିଜର କର୍ମ ଏବଂ ଅଭ୍ୟାସ ମଧ୍ୟ ମଣିଷକୁ ଗରିବ କରାଇଥାଏ। ତେବେ ତାହାକୁ ନେଇ ଆମ ଶାସ୍ତ୍ରରେ କିଛି କଥା ଉଲ୍ଲେଖ ଅଛି ଯେ, ମଣିଷର କେଉଁ ସବୁ ଅଭ୍ୟାସ ବା କାମ ତାକୁ କେବେ ଧନୀ ହେବାକୁ ଦିଏନାହିଁ। ଆମେ ଆଜି ସେହିଗୁଡିକୁ ଜାଣିବା।

୧- କିଛି ଲୋକ ନିଜ ଘରର ଶୌଚଘରକୁ ଅପରିଷ୍କାର କରି ରଖନ୍ତି। ଅନେକ ଦିନ ଧରି ଏହା ମଇଳା ଅବସ୍ଥାରେ ପଡି ରହିଲେ ମଧ୍ୟ ଏହାକୁ ସଫା କରିନଥାନ୍ତି। ଏହା କରିବା ଦ୍ୱାରା ଚନ୍ଦ୍ରମାଙ୍କର ସ୍ଥିତି ଖରାପ ହୁଏ ଫଳରେ ବ୍ୟକ୍ତିଙ୍କର ଆର୍ଥିକ ସମସ୍ୟା ସବୁ ଆରମ୍ଭ ହୋଇଯାଏ।
୨- ଖାଇବା ବେଳେ ଖାଦ୍ୟ ଛାଡିବା କିଛି ଲୋକଙ୍କର ଅଭ୍ୟାସ ହୋଇଥାଏ। କିନ୍ତୁ ନିଜ ଆବଶ୍ୟକତା ଠାରୁ ବେଶି ଖାଦ୍ୟ ଆଣି ନଷ୍ଟ କରିବା ଦ୍ୱାରା ଖାଦ୍ୟର ଅପମାନ ହୁଏ ଫଳରେ ବ୍ୟକ୍ତିଙ୍କର ଆର୍ଥିକ ଅବସ୍ଥା ଉପରେ ଏହାର ପ୍ରଭାବ ପଡିଥାଏ।

୩- ଖାଇବା ପରେ ଅନେକ ସମୟ ଯାଏ ଅଇଁଠା ବାସନ ପଡି ରହିବା ବି ବ୍ୟକ୍ତିଙ୍କ ଦରିଦ୍ରତାର କାରଣ ହୋଇପାରେ। ଏହା ଦ୍ୱାରା ଶନିଙ୍କ ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡିଥାଏ।
୪- ଶୋଇବା ପୂର୍ବରୁ ବିଛଣା ଝାଡ଼ି ଶୋଇବା ଉଚିତ। ନଚେତ ଧନ ହାନୀର ଆଶଙ୍କା ଖୁବ ଅଧିକ ହୋଇଥାଏ।
୫- ସୂର୍ଯ୍ୟ ଅସ୍ତ ଗଲା ପରେ ଝାଡୁ ମାରିଲେ ଘରେ ଟଙ୍କା ପଇସାର ଅଭାବ ଦେଖାଦିଏ।ଏହା କରିବା ଦ୍ୱାରା ଲକ୍ଷ୍ମୀଙ୍କର କୃପାରୁ ବ୍ୟକ୍ତି ବଞ୍ଚିତ ହୁଅନ୍ତି।
୬- ବାସ୍ତୁ ଅନୁସାରେ ଘରର ଉତ୍ତର-ପୂର୍ବ ଦିଗରେ କୌଣସି ପ୍ରକାରର ଭାରି ଜିନିଷ ରଖିବା ଅନୁଚିତ। ଏହା କରିବା ଦ୍ୱାରା ଘରର ରୋଜଗାର କମିଥାଏ ଫଳରେ ଘରେ ଅନେକ ଅଭାବ ଅସୁବିଧା ଦେଖାଯାଇଥାଏ।
୭- ଏଣେତେଣେ ଛେପ ପକାଇବା ଅଭ୍ୟାସ ବି ଅନେକ ଲୋକଙ୍କର ରହିଛି। ଏମିତି କରିବା ଦ୍ୱାରା ଲକ୍ଷ୍ମୀ ରାଗିଥାନ୍ତି ଆଉ ଏହା ପରେ ବ୍ୟକ୍ତିଙ୍କ ଉପରେ କୃପା କରିବା ବନ୍ଦ କରିଦେଇଥାନ୍ତି।

ତେବେ ଏହିସବୁ ଜିନିଷ କରିଲେ କେବେ ବି କୌଣସି ବ୍ୟକ୍ତି ଧନୀ ହୋଇପାରିବେ ନାହିଁ। ତେଣୁ ଏଥିପ୍ରତି ସବୁବେଳେ ଧ୍ୟାନରଖନ୍ତୁ।

error: Content is protected !!