ଏହି ଉପାୟରେ ମୁଖ ଦୁର୍ଗନ୍ଧ ଦୂର କରନ୍ତୁ

ଲୋକମାନେ ଖାଇବା ସମୟରେ କିମ୍ବା ସାଲାଡ ସହିତ କଞ୍ଚା ପିଆଜ ଖାଇଥାନ୍ତି, ଯାହା ପର ମୁହୂର୍ତ୍ତରେ ମୁଖରୁ ଦୁର୍ଗନ୍ଧ ବାହାରିଥାଏ। ଏହାଦ୍ୱାରା ଆଖପାଖରେ ବସିଥିବା ବ୍ୟକ୍ତିମାନେ ବିରକ୍ତ ହୁଅନ୍ତି। ଏହାଛଡା ଅନେକ ଲୋକଙ୍କ ମୁଖ ଦୁର୍ଗନ୍ଧ ସମସ୍ୟା ମଧ୍ୟ ରହିଥାଏ। ଆଜି ଜାଣିବା ଏହି ସମସ୍ୟାରୁ କେମିତି ମୁକ୍ତି ପାଇପାରିବା।

  • ଯଦି ଆପଣଙ୍କର ଏହି ସମସ୍ୟା ଅଛି, ତେବେ ଖାଇ ସାରିବାପରେ ପୋଦିନା ପତ୍ରକୁ ଚୋବାଇ ଖାଆନ୍ତୁ । ପାଟିରୁ ଆସୁଥିବା ପିଆଜ ଗନ୍ଧ ଏବଂ ମୁଖ ଦୁର୍ଗନ୍ଧ ସମସ୍ୟାରୁ ମୁକ୍ତି ମିଳିଥାଏ।
  • ଆପଣ ଏଥିପାଇଁ ପୋଦିନା ଚା’ ପିଇ ପାରିବେ। ପିଆଜ ସାଲାଡ ଖାଇବା ସମୟରେ ଆପଣ ଲେମ୍ବୁ ଏବଂ ଗାଜର ମଧ୍ୟ ଖାଇପାରିବେ।
  • କଞ୍ଚା ପିଆଜ ଖାଇବା ପରେ ଗ୍ରିନ୍‌ ଟି ପିଇଲେ ମଧ୍ୟ ଦୁର୍ଗନ୍ଧ ହୋଇଥାଏ।
error: Content is protected !!