ଘୋଳାବିନ୍ଧାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ବ୍ୟସ୍ତ ବହୁଳ ଜୀବନଶୈଳୀ ଏବଂ ଅଧିକ କାମର ଚାପ ପାଇଁ ଶରୀର ଘୋଳାବିନ୍ଧା ହେବା ଏକ ସାଧାରଣ ସମସ୍ୟା ଅଟେ। ବୟସ୍କ ନୁହଁନ୍ତି, ଅଳ୍ପ ବୟସର ଯୁବକଙ୍କ ମଧ୍ୟରେ ଦେଖା ଯାଉଛି ଏହି ସମସ୍ୟା। ଏହି ରୋଗକୁ ଆୟତ କରିବା ପାଇଁ ଆପଣ କୌଣସି ଔଷଧ ଭୁଲରେ ଖାଆନ୍ତୁ ନାହିଁ। ଆଜି ଜାଣିବା କେମିତି ବିନା ଔଷଧ ଏବଂ ଘରୋଇ ଉପଚାର କରି ଏହି ଘୋଳାବିନ୍ଧା ସମସ୍ୟାରୁ ମୁକ୍ତି ପାଇପାରିବା।

  • ନାଲି ଚା’ରେ ଗୋଲମରିଚ ଓ ଅଦା ପକାଇ ନିୟମିତ ପିଅନ୍ତୁ, ଦେଖିବେ ଆପଣଙ୍କ ଶରୀରର ପୀଡ଼ା କୁଆଡ଼େ ଦୂରେଇ ଯିବ।
  • ଆପଣ ଷ୍ଟିମ୍‌ ନେଇ ମଧ୍ୟ ନିଜ ଶରୀରର ପୀଡ଼ା ଦୂର କରିପାରିବେ। ଏଥିପାଇଁ ଗରମ ପାଣିରେ କିଛି ମେଥୋ ବାମ୍‌ ମିଶାଇ, ସେହି ମେଥୋ ବାମ୍‌ ପଡ଼ିଥିବା ଗରମ ପାଣି ସାମ୍ନାରେ ମୁହଁ ରଖି ଜୋର୍‌ ଜୋର୍‌ ନିଶ୍ୱାସ ନିଅନ୍ତୁ। ଏମିତି କିଛିଦିନ କଲେ ଆରାମ ମିଳିଥାଏ।
  • ବଜାରରେ ଇଲେକ୍‌ଟ୍ରିକ୍‌ ମସାଜର୍‌ ମଧ୍ୟ ମିଳୁଛି, ଯାହାର ସାହାଯ୍ୟରେ ଆପଣ ମସାଜ କରିପାରିବେ। ସବୁଠାରୁ ଖାସକଥା ଏଥିପାଇଁ ଆପଣଙ୍କୁ କାହାରୀ ସାହାଯ୍ୟର ଅବଶ୍ୟକତା ନାହିଁ।
error: Content is protected !!