ଏତେ ଭଲ ସମ୍ପର୍କ ଥାଇ ବି କାହିଁକି ଅନୁଷ୍କା ନିଜ ବିବାହକୁ ସଲମାନଙ୍କୁ ଡାକିନଥିଲେ

ବଲିଉଡର ହଟ ଆଣ୍ଡ ଗ୍ଲାମରସ ଲେଡି ହେଉଛନ୍ତି ଅନୁଷ୍କା। ନିଜର ଅଭିନୟ ବଳରେ ନିଜ ଅଭିନିତ ବଲିଉଡର ସମସ୍ତ ଫିଲ୍ମରେ ଦର୍ଶକଙ୍କ ମନ କିଣିପାରିଛନ୍ତି ସେ। ହେଲେ ଏହା ସହ କ୍ରିକେଟ ଜଗତର ଅନ୍ୟତମ ତାରକା ବିରାଟ କୋହଲିଙ୍କ ମନ ବି ସେ ଜିତି ନେଇଥିଲେ। ଏହାପରେ ପ୍ରେମ ଏବଂ ୨୦୧୮ରେ ତାଙ୍କ ପ୍ରେମ ବିବାହର ରୂପ ନେଇଥିଲା। ଏହି ବିବାହ ଉତ୍ସବରେ ବଲିଉଡ ଏବଂ କ୍ରିକେଟ ଜଗତର ଅନେକ ତାରକା ଆସିଥିଲେ। ହେଲେ ଅନୁଷ୍କାଙ୍କ ଅତି ଘନିଷ୍ଠ ସଲମାନ ଖାନ ଆସି ନଥିବା ସେ ସମୟରେ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା।

ସଲମାନ ନ ଆସିବାର କାରଣ ଏହା ଯେ, ଅନୁଷ୍କା ନିଜ ବିବାହକୁ ସଲୁଙ୍କୁ ନିମନ୍ତ୍ରଣ କରି ନଥିଲେ। ସୁଲତାନ ଫିଲ୍ମ ପରେ ଦୁହିଁଙ୍କ ବନ୍ଧୁତା ଚାରି ଆଡ଼େ ଚର୍ଚ୍ଚାରେ ରହିଥିଲା। ଏହା ସତ୍ତ୍ୱେ ମଧ୍ୟ ବିବାହକୁ ନ ଡାକିବା ପଛରେ ଗୋଟିଏ ବଡ଼ କାରଣ ରହିଥିଲା। ଗୋଟିଏ ଟିଭି ରିଆଲିଟି ଶୋରେ ମଜା କରୁ କରୁ ସଲମାନ ବିରାଟଙ୍କୁ କିଛି କଥା କହି ଦେଇଥିଲେ ଯାହା ବିରାଟଙ୍କୁ ଭଲ ଲାଗି ନ ଥିଲା। ଫଳରେ ସେ ସଲମାନଙ୍କ ସହ ଆଉ ଭଲରେ ମିଶିଲେ ନାହିଁ। ନିଜ ସ୍ୱାମୀ ଏବଂ ସଲୁଙ୍କ ଭିତରର ଏହି ତିକ୍ତତା ଯୋଗୁଁ ସଲମାନଙ୍କୁ ନିଜ ବିବାହକୁ ଡାକି ନଥିଲେ ଅନୁଷ୍କା।

error: Content is protected !!