ଜାଣନ୍ତୁ ରୋଜ୍ ଡେ’ରେ କାହାକୁ କେଉଁ ରଙ୍ଗର ଗୋଲପ ଦେଲେ?

ଫେବୃଆରୀର ଦ୍ୱିତୀୟ ସପ୍ତାହ ପ୍ରେମିକ ପ୍ରେମିକାଙ୍କ ପାଇଁ ବହୁତ ଗୁରୁତ୍ୱ ଅଟେ। ଖିବାକୁ ଗଲେ ଭାଲେଣ୍ଟାଇନ୍ସ ଡେ’୧୪ ଫେବୃଆରୀ ଦିନ ପାଳନ କରାଯାଉଥିଲେ ମଧ୍ୟ ଆସନ୍ତାକାଲି ଅର୍ଥାତ ଫେବୃଆରୀ ୭ ତାରିଖ ଠାରୁ ପ୍ରେମର ସପ୍ତାହ ଆରମ୍ଭ ହୋଇଥାଏ।

ଭାଲେଣ୍ଟାଇନ୍ସ ସପ୍ତାହର ଆରମ୍ଭ ରୋଜ ଡେ’ରୁ ହୋଇଥାଏ। ଏହିଦିନ ପରସ୍ପରକୁ ଗୋଲାପ ଫୁଲ ଦେଇ ପ୍ରେମ କିମ୍ବା ବନ୍ଧୁତ୍ବକୁ ଆଗକୁ ବଢି଼ଥାଆନ୍ତି। ଆଜି ଜାଣିବା ରୋଜ୍ ଡେ’ ଦିନ କାହାକୁ କେଉଁ ରଙ୍ଗର ଗୋଲାପ ଫୁଲ ଦେଲେ ସମ୍ପର୍କ ଉତ୍ତମ ହୁଏ।

  • ଲାଲ୍ ଗୋଲାପ ପ୍ରେମର ପ୍ରତିକ ହୋଇଥାଏ । ଏଥିପାଇଁ ଯେବେ ବି ଭଲପାଇବାର ପରିପ୍ରକାଶ କରିବାକୁ ଚାହୁଁଛନ୍ତି ତ, ଲାଲ ଗୋଲାପ ଦିଅନ୍ତୁ । ରୋଜ ଡେ’ ନିଜର ଫିଲିଙ୍ଗ କହିବାର ଏକ ଭଲ ଦିନ ଭାବେ ଧରାଯାଏ । ଏବଂ କପଲ୍ସ ମାନେ ଏହି ଦିନରେ ପରସ୍ପରକୁ ଫୁଲ ଦେଇ ରୋଜ ଡେ ପାଳନ କରିଥାନ୍ତି । ଭାଲେଣ୍ଟାଇନ୍ସ ସପ୍ତାହର ପ୍ରଥମ ଦିନ ଏହି ରୋଜ ଡେ ପାଳନ କରାଯାଏ ।
  • ଯଦି ଆପଣ କାହା ସହିତ ବନ୍ଧୁତ୍ବ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ରୋଜ ଡେ’ରେ ହଳଦିଆ ରଙ୍ଗର ଗୋଲାପ ଫୁଲ ଦିଅନ୍ତୁ ।

ଭୂଲ ପାଇଁ କ୍ଷମା ମାଗିବା ପାଇଁ କିମ୍ବା ଧନ୍ୟବାଦ ଦେବା ପାଇଁ

  • ଯଦି ଆପଣ କାହାକୁ ନିଜର କୌଣସି ଭୂଲ ପାଇଁ କ୍ଷମା ମାଗିବାକୁ ଚାହୁଁଛନ୍ତି,ତେବେ ତାଙ୍କୁ ଧଳା ଗୋଲାପ ଫୁଲ ଦିଅନ୍ତୁ । କାହିଁକି ନା ଧଳା ରଙ୍ଗର ଗୋଲାପ ଫୁଲ ଶାନ୍ତିର ପ୍ରତିକ ଭାବେ ଧରାଯାଇଥାଏ ।
  • ଯଦି ଆପଣ କାହାକୁ ଧନ୍ୟବାଦ ଦେବାକୁ ଚାହୁଁଛନ୍ତି,ତେବେ ଆପଣ ପିଙ୍କ୍ ରଙ୍ଗର ଗୋଲାପ ଫୁଲ ଦିଅନ୍ତୁ ।
  • ଏହାଛଡା ଯଦି ଆପଣ କାହାକୁ ନିଜର ମନ କଥା କହିବାକୁ ଚାହୁଁଛନ୍ତି ତେବେ ତାଙ୍କୁ କମଳା ରଙ୍ଗର ଗୋଲାପ ଫୁଲ ଦିଅନ୍ତୁ ।
error: Content is protected !!