ସିଝା ଅଣ୍ଡା ଖାଇବା ପୂର୍ବରୁ ଧ୍ୟାନ ଦିଅନ୍ତୁ ନଚେତ୍ ଅକାଳରେ ଚାଲିଯାଇପାରେ ଜୀବନ

ପ୍ରାୟ ଲୋକ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି । ଅନେକ ଲୋକ ନିୟମିତ ସିଝା ଅଣ୍ଡା ଏବଂ ଅଣ୍ଡା ତରକାରୀ ଖାଇବାକୁ ଭଲ ପାଇଥାନ୍ତି । ଆଜି ଜାଣିବା ସିଝାଅଣ୍ଡା ଦେହ ପ୍ରତି କେତେ କ୍ଷତିକାରକ ବା ଲାଭଦାୟକ । ଅଣ୍ଡାର ହଳଦିଆ ଅଂଶରେ କ୍ୟାଲସିୟମ୍, ଆଇରନ୍, ଭିଟାମିନ୍ ଏବଂ ପେଥୋନିକ୍ ଏସିଡ୍ ଆଦି ରହିଛି। ଡାକ୍ତରଙ୍କ ମତ ଅନୁସାରେ ଯେଉଁ ବ୍ୟକ୍ତିମାନଙ୍କ ହୃଦଜନିତ ରୋଗ, ସୁଗାର୍ ଭଳି ସମସ୍ୟା ରହିଛି ସେମାନେ ଅଣ୍ଡାର ହଳଦିଆ ଅଂଶକୁ ଖାଇବା ଉଚିତ ନୁହେଁ।

  • ଅଣ୍ଡା ଭାଜିବା ସମୟରେ ମଧ୍ୟ କମ୍ ତେଲ ବ୍ୟବହାର କରନ୍ତୁ, ଏହାଦ୍ୱାରା ଆପଣ ଫୁଡ୍ ପଏଜନିଂ ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ।
  • ଦିନକୁ ୨ଟି ଅଣ୍ଡା ଖାଇବା ଭଲ । ଅଧିକ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି ହୋଇପାରେ। ମୁଣ୍ଡବ୍ୟଥା, ପେଟବ୍ୟଥା, ଡାଇରିଆ, ଜ୍ୱର ଭଳି ସମସ୍ୟା ମଧ୍ୟ ଦେଖା ଦେଇପାରେ ।
  • ନିୟମିତ ୨ଟି ଅଣ୍ଡା ଖାଇଲେ ଅନେକ ଲାଭ ମିଳିଥାଏ। ପିଲାମାନଙ୍କ ମସ୍ତିଷ୍କ ବିକଶିତ ହୋଇଥାଏ । ଗର୍ଭବତୀ ମହିଳା ନିୟମିତ ସିଝା ଅଣ୍ଡା ଖାଇବା ଭଲ।
error: Content is protected !!