କନ୍ୟାଦାନ କରିବାକୁ ରାଜି ହେଲେନାହିଁ ବାପା, କହିଲେ ଏମିତି କିଛି ଯାହା ଶୁଣିଲେ ଆପଣ ଗର୍ବ କରିବେ

ବାପା ଏବଂ ଝିଅ ମଧ୍ୟରେ ସବୁବେଳେ ଏକ ନିଆରା ସମ୍ପର୍କ ଏବଂ ଭଲପାଇବା ରହିଥାଏ। ଏହି ସମ୍ପର୍କର ନା କୌଣସି ସ୍ୱାର୍ଥ ଥାଏ ନା କୌଣସି ଛଳ। ଦୁନିଆର ସବୁ ସମ୍ପର୍କଠାରୁ ଏହି ସମ୍ପର୍କର ମାନ କିଛି ଅଲଗା। ତେଣୁ ବିବାହ ବେଳେ ଝିଅକୁ ପିତାଙ୍କ ହାତରେ ହିଁ ବରକୁ ଦାନ କରାଯାଏ। ଏହାକୁ ହିନ୍ଦୁ ପରମ୍ପରାରେ କନ୍ୟାଦାନ କୁହାଯାଏ। ଏହି ପରମ୍ପରା ସାରା ଭାରତରେ ପ୍ରଚଳିତ। କିନ୍ତୁ ଏହି ପରମ୍ପରାକୁ ନେଇ ଏବେ ସାରା ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି। ଜଣେ ପିତା ନିଜ ଝିଅର କନ୍ୟାଦାନ କରିବାକୁ ରାଜି ନ ହୋଇ ଯୁକ୍ତି ବାଢ଼ିଛନ୍ତି। ତାଙ୍କ କହିବା ଅନୁସାରେ ତାଙ୍କ ଝିଅ କୌଣସି ଜିନିଷ ବା ପ୍ରପର୍ଟି ନୁହେଁ ଯେ ସେ ଏହାକୁ ଦାନ କରିଦେବେ।

ଆମେ ଯେଉଁ ଘଟଣା ବିଷୟରେ କହୁଛୁ ତାହା ଭାରତର ପଶ୍ଚିମବଙ୍ଗର। ଏଠାରେ ଗୋଟିଏ ବିବାହ ଅବସରରେ ଯେତେବେଳେ ବ୍ରାହ୍ମଣ ପିତାଙ୍କୁ କନ୍ୟାଦାନ କରିବାକୁ କହିଥିଲେ ସେତେବେଳେ ଏହି ମତ ଉକ୍ତ କନ୍ୟାଙ୍କ ପିତା ଦେଇଥିଲେ। ଏହି ସମୟରେ ଜଣେ ଟ୍ୱିଟର ବ୍ୟବହାରକାରୀ ଏହାର ଭିଡିଓ ନେଇ ସେୟାର କରିଥିଲେ। ଏହାପରେ ଏହି ଟ୍ୱିଟ ସାରା ଭାରତରେ ଖେଳିବାକୁ ଲାଗିଲା।

ସୂଚନା ଅନୁଯାୟୀ, ବିବାହ ଠିକ ହେବା ସମୟରେ ହିଁ ଏହି କଥା ନିଷ୍ପତ୍ତି ହୋଇ ସାରିଥିଲା ଯେ, ଏପରି ତାଙ୍କ ପିତା କରିବେ ନାହିଁ। ଉଭୟ ବର ଏବଂ ତାଙ୍କ ପରିବାର ଲୋକେ ଏଥିରେ ସହମତି ମଧ୍ୟ ଦେଇଥିଲେ। ଏହା ପରମ୍ପରାର ବାହାରେ ହୋଇଥିଲେ ବି ମଧ୍ୟ ଜଣେ ପିତାଙ୍କର ନିଜ ଝିଅ ପ୍ରତି ଥିବା ଅଗାଧ ଭଲ ପାଇବାର ଗୋଟିଏ ଜ୍ଵଳନ୍ତ ଉଦାହରଣ ଅଟେ।

error: Content is protected !!