ବଡମାନଙ୍କ ଚରଣ ସ୍ପର୍ଶରେ କଣ ଲାଭ ମିଳେ, ଜାଣିବା କେମିତି ଛୁଇଁବା ଉଚିତ୍

ବଡମାନଙ୍କ ଚରଣ ସ୍ପର୍ଶ କରିବା ଆମର ପରମ୍ପରା । ଆମ ପରମ୍ପରାରେ ବୟୋଜ୍ୟେଷ୍ଠଙ୍କ ପାଦ ଛୁଇଁ ଆମେ ବିଦ୍ୟା, ବୁଦ୍ଧି ଏବଂ ସୁଖ ସମୃଦ୍ଧି ମାଗିଥାଉ। ବଡ଼ମାନେ ମଧ୍ୟ ଭଲ କର୍ମର ଫଳ ସ୍ବରୂପ ଆଶୀର୍ବାଦ ରୂପରେ ଦେଇଥାନ୍ତି । ଆଜି ଜାଣିବା ବଡ଼ଙ୍କ ସମ୍ମାନ କରିବା ଏବଂ ଚରଣ ସ୍ପର୍ଶ କରିବାରେ ଆମକୁ କଣ ଲାଭ ମିଳେ ଏବଂ ଜାଣିବା କେମିତି ଛୁଇଁବା ଉଚିତ୍?

ଚରଣ ସ୍ପର୍ଶର ଲାଭ :
ବଡମାନଙ୍କ ଚରଣ ସ୍ପର୍ଶ କରିବା ଦ୍ୱାରା ମନରେ ଅନ୍ୟଙ୍କ ପ୍ରତି ଆଦର, ନମ୍ରତା ଏବଂ ବିନୟ ଭାବ ଜାଗୃତ ହୋଇଥାଏ । ଏହାସହିତ ବଡମାନଙ୍କ ସକରାତ୍ମକ ଉର୍ଜା ତାଙ୍କର ଆଶୀର୍ବାଦ ରୂପରେ ଆମ ପାଖକୁ ଆସିଥାଏ। ପୁରାଣ ଅନୁସାରେ ମିତ୍ର ସୁଦାମଙ୍କ ଚରଣ ଭଗବାନ୍ ଶ୍ରୀକୃଷ୍ଣ ନା କେବଳ ଛୁଇଁଥିଲେ ବରଂ ଧୋଇଥିଲେ ମଧ୍ୟ। ଆପଣ ଦେଖିଥିବେ ସୁଖ ଏବଂ ସୌଭାଗ୍ୟର କାମନା କରି ଆମେ ନବରାତ୍ରୀରେ କୁଆଁରୀ କନ୍ୟାଙ୍କ ପାଦ ଧୋଇ ପୂଜା କରାଯାଏ।

ଆଶୀର୍ବାଦରେ ଦୂର ହୋଇଥାଏ ବାଧା :
ବଡମାନଙ୍କ ଚରଣ ଛୁଇଁ ଆଶୀର୍ବାଦ ନେବା ଦ୍ବାରା ସବୁ କାମରେ ଭଲ ଫଳ ମିଳିଥାଏ। ଏହାସହିତ ସବୁ ପ୍ରକାର ବାଧା ବିଘ୍ନ ଦୂର ହୋଇଥାଏ। ଯଦି ଆପଣ ନିୟମିତ ମାତା, ପିତା ଏବଂ ଗୁରୁଙ୍କ ଚରଣ ସ୍ପର୍ଶ କରିବେ ତେବେ ଧନ ସହ ବିବାହ ସମ୍ବନ୍ଧୀୟ ସମସ୍ତ ବାଧା ଦୂର ହୋଇଯାଏ ।
କେମିତି ଛୁଇଁବେ ପାଦ :
ଗୁରୁଜନ କିମ୍ବା ବଡମାନଙ୍କ ଚରଣ ଛୁଇଁବା ସମୟରେ ନିଜ ମୁଣ୍ଡକୁ ଦୁଇ ହାତ ମଧ୍ୟରେ ରଖି ଶରୀରର ଉପର ଭାଗକୁ ତଳକୁ ନୁଆଁଇ ଛୁଇବା ଆବଶ୍ୟକ । ଏହି ସମୟରେ ଉକ୍ତ ବ୍ୟକ୍ତିଙ୍କ ପ୍ରତି ଆଦର ଏବଂ ସମ୍ମାନ ଭାବନା ମନରେ ରହିବା ଆବଶ୍ୟକ।

error: Content is protected !!