ସାମ୍ମାକୁ ଆସିଲା ଫିଲ୍ମ “ପିଏମ ନରେନ୍ଦ୍ର ମୋଦି”ର ରିଲିଜ ତାରିଖ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ପିଏମ ନରେନ୍ଦ୍ର ମୋଦି। ମୋଦିଙ୍କ ଭୂମିକାରେ ବଲିଉଡର ଷ୍ଟାର ବିବେକ ଓବ୍ରାଏ ନଜର ଆସିବାକୁ ଯାଉଛନ୍ତି ବୋଲି ଆପଣ ନିଶ୍ଚିତ ଜାଣିଥିବେ। ଏହି ଫିଲ୍ମକୁ ଜାତୀୟ ପୁରସ୍କାର ବିଜେତା ଓମାଙ୍ଗ କୁମାର ନିର୍ଦ୍ଦେଶନା ଦେବେ। ତେବେ ଏହି ଫିଲ୍ମ ସମ୍ପୂର୍ଣ୍ଣ ରୂପେ ମୋଦିଙ୍କ ଜୀବନ ଉପରେ ଆଧାରିତ ଥିବାରୁ ଏହାକୁ ଦେଖିବାପାଇଁ ଭାରତୀୟମାନଙ୍କ ମନରେ ଉତ୍କଣ୍ଠା ରହିଥିଲା। ଲୋକମାନେ ଏହି ଫିଲ୍ମର ରିଲିଜ ତାରିଖ ଅପେକ୍ଷାରେ ଥିବା ବେଳେ ଏବେ ଏହାର ରିଲିଜ ଡେଟ୍ ଉପରୁ ପରଦା ହଟିଛି।

ଏପ୍ରିଲ ମାସ ୧୨ ତାରିଖରେ ଏହି ବହୁ ପ୍ରତୀକ୍ଷିତ ଫିଲ୍ମକୁ ଲୋକମାନେ ପରଦାରେ ଦେଖିବାକୁ ପାଇବେ। ଫିଲ୍ମରେ ମୋଦିଜୀଙ୍କ ଜନ୍ମରୁ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଦୁଃଖ ଏବଂ ସଂଘର୍ଷର କାହାଣୀ ରହିଛି ଯାହାକୁ ଦେଖିବା ପରେ ମୋଦିଙ୍କ ଜୀବନ ସହ ଭାରତବାସୀ ପରିଚିତ ହୋଇପାରିବେ। ଜଣେ ସାଧାରଣ ଚା ବେପାରୀରୁ ଭାରତର ଏତେ ବଡ଼ ଦାୟିତ୍ୱ ପାଇଁ ସେ କିପରି ଅଗ୍ରସର ହେଲେ ଏହାର ପୁରା ଚିତ୍ର ଫିଲ୍ମରେ ଲୋକେ ଦେଖିବାକୁ ପାଇବେ। ଏବେ ଫିଲ୍ମର ସୁଟିଂ ଶେଷ ପର୍ଯ୍ୟାୟରେ ରହିଥିବା ଫିଲ୍ମ ନିର୍ମାତା ସନ୍ଦୀପ ସିଂ କହିଛନ୍ତି। ଅପରପକ୍ଷରେ ଏହା ଇଲେକ୍ସନ ପାଇଁ ବିଜେପିର ଗୋଟିଏ ଚାଲ ବୋଲି ବିରୋଧୀ ଦଳ ଦାବି କରୁଥିବା ଜଣାପଡିଛି।

error: Content is protected !!