ଜାଣିଲେ ଆଶ୍ଚର୍ଯ୍ୟ ହେବେ ମହାଭାରତ ଯୁଦ୍ଧରେ ଲଢ଼ୁଥିବା ଲକ୍ଷ ଲକ୍ଷ ଲୋକ ଖାଉଥିଲେ କଣ?

ମହାଭାରତ ଯୁଦ୍ଧରେ ଯୋଦ୍ଧାମାନଙ୍କର ଖାଦ୍ୟ ନିର୍ଧାରଣ ଏହି ଉପାୟରେ କରାଯାଉଥିଲା ଯାହା ଦ୍ୱାରା ସେମାନେ ବିନା କୌଣସି ଅସୁବିଧା ରେ କରିପାରୁଥିଲେ ପେଟ ପୁରା ଭୋଜନ।

ମହାଭାରତ ହେଉଛି ଭାରତବର୍ଷ ରେ ରହୁଥିବା କୋଟି କୋଟି ହିନ୍ଦୁ ଧର୍ମୀ ଲୋକମାନଙ୍କର ଏକ ଗ୍ରନ୍ଥ ଯାହା ଭାରତର ଐତିହାସିକ, ପୌରାଣିକ ତଥା ଧାର୍ମିକ ଭିତ୍ତିଭୂମି କୁ ଉଲ୍ଲେଖ କରେ। ଏହା ବିଶେଷ କରି ମହାଭାରତ ଯୁଦ୍ଧ କୁ କେନ୍ଦ୍ର କରି ରଚନା କରାଯାଇଛି।

ଯେବେ ମହାଭାରତ ଯୁଦ୍ଧ ର କଥା ଆସେ ବେଳେବେଳେ ଆପଣଙ୍କ ମନକୁ ଏହି ପ୍ରଶ୍ନ ଆସୁଥିବ ଯେ, ଏହି ଯୁଦ୍ଧ ୧୮ ଦିନ ଚାଲିଥିଲା ବେଳେ ଯେଉଁ ସୈନିକ ମାନେ ଲଢୁଥିଲେ ସେମାନେ କଣ ଖାଉଥିଲେ ଏବଂ ଏହା କିପରି ପ୍ରସ୍ତୁତ କରା ଯାଉଥିଲା। ଆସନ୍ତୁ ଜାଣିବା ।

କିମ୍ବଦନ୍ତୀ କୁହେ ଦିନେ ଭଗବାନ ଶ୍ରୀ କୃଷ୍ଣଙ୍କୁ ଯାଇ ରାଜା ଉଡୁପି କହିଥିଲେ ଯୁଦ୍ଧରେ ଲକ୍ଷ ଲକ୍ଷ ଯୋଦ୍ଧା ଲଢ଼ିବେ। ସେମାନଙ୍କ ପାଇଁ ଭୋଜନର ପ୍ରସ୍ତୁତି କିପରି କରିବା । ବିନା ଭୋଜନରେ କୌଣସି ବି ଯୋଦ୍ଧା ଲଢିପାରିବ ନାହିଁ । ତେଣୁ ସେ ଖାଦ୍ୟ ପ୍ରସ୍ତୁତି ପାଇଁ ଭଗବାନଙ୍କୁ ଅନୁମତି ମାଗିଥିଲେ ।କିନ୍ତୁ ରାଜାଙ୍କ ଚିନ୍ତାର ବିଷୟ ଏହା ଥିଲା ଯେ ପ୍ରତିଦିନ ଭୋଜନ କେଉଁ ପରିମାଣରେ ପ୍ରସ୍ତୁତ କରାଯିବ । ଖାଦ୍ୟ କମ୍ କି ବେଶୀ ହୋଇଯିବାର ସମ୍ଭାବନା ମଧ୍ୟ ରହିଥିଲା କାରଣ କେଉଁ ଦିନ କେତେ ସୈନିକ ମରିବେ ତାର କିଛି ଆକଳନ ନଥିଲା । କିନ୍ତୁ ଯେହେତୁ ପ୍ରଭୁ ଶ୍ରୀ କୃଷ୍ଣ ସେଠାରେ ଥିଲେ ସେ ରାଜାଙ୍କୁ ଚିନ୍ତା ମୁକ୍ତ ରହି ସେ ଦାୟିତ୍ୱ ତାଙ୍କୁ ଦେବାପାଇଁ କହିଲେ।

ପ୍ରତିଦିନ ସନ୍ଧ୍ୟାରେ ଭଗବାନ ଶ୍ରୀକୃଷ୍ଣ ପର ଦିନ ର କଥା କହିପାରୁଥିଲେ ଯେ ପରଦିନ କେତେ ପରିମାଣ ର ସୈନିକ ଜୀବିତ ରହିବେ। ଏବଂ ଏହାର ପରିମାଣ ଜାଣିବାକୁ ଆଉ ମଧ୍ୟ ଏକ ଉପାୟ ଥିଲା, ଶ୍ରୀକୃଷ୍ଣ ପ୍ରତିଦିନ ସନ୍ଧ୍ୟା ରେ କିଛି ବାଦାମ ଖାଉଥିଲେ ଏବଂ ଯେଉଁ ଦିନ ଯେତିକି ବାଦାମ ଖାଉଥିଲେ ତା ପର ଦିନ ସେତିକି ସୈନ୍ୟ ମରୁଥିଲେ। ଫଳରେ ସେଇ ଅନୁଯାୟୀ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲା । ତେଣୁ ଏହି ଯୋଗୁଁ ୧୮ ଦିନ ଯାଏଁ ଲାଗି ରହିଥିବା ଏହି ଯୁଦ୍ଧ ରେ କେବେ ଖାଦ୍ୟାଭାବ ହେଇନଥିଲା ଆଉ ନା ହି କେବେ ଖାଦ୍ୟ ର ଅପଚୟ ଘଟିଥିଲା।

error: Content is protected !!