କେମିତି ଜାଣିବେ ଆପଣଙ୍କ ଭିତରେ ଥିବା ସମ୍ପର୍କ ପ୍ରେମ ନା ବନ୍ଧୁତା

ବନ୍ଧୁତ୍ୱ ଜୀବନର ଏକ ଅବିଛେଦ୍ୟ ଅଙ୍ଗ। ବନ୍ଧୁ ବିନା ଜୀବନ ନିସଙ୍ଗ ଲାଗେ। ଫିକା ଜୀବନରେ ରଙ୍ଗ ଭରିବାରେ ବନ୍ଧୁତ୍ୱର ଭୂମିକା ଅତ୍ୟନ୍ତ ଜରୁରୀ। ମଣିଷର ସୁବିଧା ଅସୁବିଧାରେ ସାଙ୍ଗରେ ରହିଥାଏ ବନ୍ଧୁ। ବେଳେବେଳେ ସେହି ବନ୍ଧୁମାନଙ୍କ ଭିତରୁ କିଛି ଜଣ ଅଧିକ ଖାସ ଲାଗନ୍ତି। ସେଥିପାଇଁ ଆମକୁ ବେଳେବେଳେ ଅନେକ ସନ୍ଦେହ ହେଇଥାଏ ଯେ, ଏହା କେବଳ ବନ୍ଧୁତ୍ୱ ନା ଏହାର ମୋଡ଼ ଟିକେ ଅଲଗା। ତେଣୁ ସେତେବେଳେ ଆପଣଙ୍କ ବନ୍ଧୁ ଏବଂ ଆପଣଙ୍କ ଭିତରେ ପ୍ରେମ କିମ୍ବା ବନ୍ଧୁତ୍ୱ ରହିଛି ଆପଣ ଜାଣିପାରନ୍ତି ନାହିଁ। ଚିନ୍ତା କରନ୍ତୁ ନାହିଁ ଆଜି ଆମେ ଆପଣଙ୍କ ଏହି ସନ୍ଦେହ ଦୂର କରିବୁ। ଆସନ୍ତୁ ଜାଣିବା ବନ୍ଧୁତ୍ୱରେ କେଉଁ ସବୁ କଥା ହେଲେ ଜାଣିବେ ଯେ ଆପଣ ଆପଣଙ୍କ ବନ୍ଧୁ ବା ବନ୍ଧବୀଙ୍କ ପ୍ରେମରେ ପଡିଛନ୍ତି।

୧- ଯଦି ଆପଣ ସବୁ ବନ୍ଧୁମାନଙ୍କ ଠାରୁ ତାଙ୍କୁ ଅଧିକ ଗରୁତ୍ବ ଦେଉଛନ୍ତି ଏବଂ ତାଙ୍କର ଅନୁପସ୍ଥିତି ରେ ସାଙ୍ଗମାନଙ୍କ ଗହଳିରେ ବି ଏକା ଅନୁଭବ କରୁଛନ୍ତି ତାହାଲେ ଏହା ବନ୍ଧୁତ୍ୱରୁ ଆଗକୁ ବଢି ପ୍ରେମରେ ପରିଣତ ହେଇଛି।
୨- ତାଙ୍କ ଫୋନ ଆସିଲେ ଯଦି ଆପଣ ନିଜ କାମ ଛାଡି ତାଙ୍କୁ ସମୟ ଦେଉଛନ୍ତି ଏବଂ ତାଙ୍କ ପାଇଁ ନିଜକୁ ଫ୍ରି କରିବାକୁ ଚେଷ୍ଟା କରୁଛନ୍ତି ତେବେ ଏହା ପ୍ରେମର ପ୍ରଥମ ସଙ୍କେତ।
୩- ସାଧାରଣତଃ ବନ୍ଧୁଙ୍କୁ ଭେଟିବା କିଛି ନୂଆ କଥା ନୁହେଁ। ଯଦି ଆପଣ କୌଣସି ବନ୍ଧୁଙ୍କୁ ଭେଟିବାକୁ ଦରକାର ଠାରୁ ଅଧିକ ଉତ୍ସାହିତ ଅଛନ୍ତି ତେବେ ଏହା ନିଃସନ୍ଦେହରେ ପ୍ରେମ ଅଟେ।
୪- କେଉଁ ବନ୍ଧୁ ଆପଣଙ୍କ ସାମ୍ନାରେ ତାଙ୍କର ଆଉଜଣେ ବନ୍ଧୁଙ୍କୁ ଟିକେ ଅଧିକ ଗୁରୁତ୍ୱ ଦେଉଛନ୍ତି ଏହା ଦେଖି ଯଦି ଆପଣଙ୍କ ମନରେ ଟିକେ ସାମାନ୍ୟ ପରିବର୍ତ୍ତନ ହେଉଛି ତେବେ ଜାଣିନିଅନ୍ତୁ ଏହା ପ୍ରେମ।
୫- ତାଙ୍କ ସହ କଥା ହେବା ବେଳେ କାଳେ କିଛି ତାଙ୍କୁ କଷ୍ଟ ଦେବ ବୋଲି ବାରମ୍ବାର ଭାବି କହୁଛନ୍ତି ତେବେ ଏହା ପ୍ରେମ। କାରଣ ଜଣେ ସାଧାରଣ ବନ୍ଧୁଙ୍କ ସହ କଥା ହେବା ବେଳେ ଏତେ କିଛି ଭାବିବାକୁ ପଡେ ନାହିଁ।

ତେବେ ଯଦି ଉପରୋକ୍ତ ଜିନିଷ ଆପଣ ବି କରୁଛନ୍ତି ତେବେ ଆପଣ ନିଜ ବନ୍ଧୁତ୍ୱକୁ ପ୍ରେମର ରୂପ ଦେବାପାଇଁ ଚାହୁଁଛନ୍ତି। ସୁବିଧା ଦେଖି ତାଙ୍କୁ ନିଜ ମନର କଥା କହିଦିଅନ୍ତୁ ହେଲେ ଧ୍ୟାନରଖନ୍ତୁ ଏଥିପାଇଁ କିଛି ଏମିତି ପଦକ୍ଷେପ ନିଅନ୍ତୁ ନାହିଁ ଯାହା ଫଳରେ ଆଉ ଗୋଟିଏ ନୂଆ ସମ୍ପର୍କ ପାଇଁ ଆପଣ ନିଜର ଏକ ପୁରୁଣା ସମ୍ପର୍କ ହରେଇବସିବେ।

error: Content is protected !!