ଜାଣନ୍ତୁ ଗୀତାର ୧୦ଟି ସାର କଥା, ବସ୍ତ୍ର ବଦଳାଇବା ଠାରୁ କଣ ଅଧିକ ଜରୁରୀ? କେଉଁ ଜିନିଷ ବାରମ୍ବାର ଧୋକା ଦିଏ?

ଭଗବାନ ଶ୍ରୀକୃଷ୍ଣ ଗୀତାରେ ଅନେକ ସାର କଥା କହିଛନ୍ତି। ଗୀତା ରହସ୍ୟ ବୁଝିଗଲେ ଜୀବନରେ ଅନେକ ସମସ୍ୟା ସମାଧାନ ହୋଇଥାଏ। ଆଜି ଜାଣିବା ଗୀତାର ୧୦ଟି ସାର କଥା:

  • ଖୁସି ସବୁବେଳେ ନିଜ ଭିତରେ ଥାଏ। ଧନ, ପତ୍ନୀ କିମ୍ବା ଅନ୍ୟ କୌଣସି ବିଳାସପୂର୍ଣ୍ଣ ସାମଗ୍ରୀରେ ନଥାଏ।
  • ଭଗବାନଙ୍କ ବନ୍ଦନା ଶରୀରରେ ନୁହେଁ ମନରୁ ହେବା ଆବଶ୍ୟକ।
  • ବାସନା ହିଁ ପୁନର୍ଜନ୍ମର କାରଣ ଅଟେ।
  • ଇନ୍ଦ୍ରିୟର ଅଧୀନ ହେଲେ ମଣିଷ ଜୀବନରେ ବିକାର ଆସେ।
  • ସଂଯମ, ସଦାଚାର, ସ୍ନେହ ଓ ସେବା ସତ୍‌ସଙ୍ଗ ବିନା ଆସିବା ଅସମ୍ଭବ।
  • ବସ୍ତ୍ର ବଦଳାଇବାର ଆବଶ୍ୟକ ନାହିଁ, ହୃଦୟ ପରିବର୍ତ୍ତନ କରିବା ଉଚିତ।
  • ଯୁବକ ଅବସ୍ଥାରେ କରିବାଥିବା ଭୁଲ କିମ୍ବା ପାପ ବୃଦ୍ଧାବସ୍ଥାରେ ନିଦ ହଜାଇଦିଏ।
  • ଭୋଗରେ ଅସ୍ଥାୟୀ ସୁଖ ଓ ତ୍ୟାଗରେ ସ୍ଥାୟୀ ଆନନ୍ଦ ଥାଏ।
  • ସତ୍‌ସଙ୍ଗ ଈଶ୍ୱରଙ୍କ କୃପାରୁ ମିଳେ, ମାତ୍ର କୁସଂଗ କରିବା ବ୍ୟକ୍ତିର ନିଜର ପସନ୍ଦ।
  • ମନ ଏବଂ ବୁଦ୍ଧି ଉପରେ ବିଶ୍ୱାସ କରିବା ଉଚିତ ନୁହେଁ, ଏହା ବାରମ୍ବାର ଧୋକା ଦେଇଥାନ୍ତି।
error: Content is protected !!