ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର ଶେଷନିଶ୍ଵାସ ତ୍ୟାଗକଲେ

ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦେଶର ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଆଜି ସନ୍ଧ୍ୟାରେ ମୃତ୍ୟୁ ବରଣ କରିଛନ୍ତି। ଦୀର୍ଘଦିନ ଧରି କ୍ୟାନସର ରୋଗରେ ପୀଡିତ ୬୩ ବର୍ଷୀୟ ପାରିକର ଆଜି ନିଜର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ପାନକ୍ରିଆଟିକ କ୍ୟାନସରରେ ପୀଡିତ ରହି ସେ ବିଶ୍ୱର ବଡ଼ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ। ଆଜି ଦିନ ବେଳେ ହଠାତ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବା ପରେ ସେ ସନ୍ଧ୍ୟାରେ ମୃତ୍ୟୁବରଣ କରିଛନ୍ତି।

ଗୋଆରେ ୪ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେ। ଉରି ସର୍ଜିକଲ ଷ୍ଟ୍ରାଇକରେ ମଧ୍ୟ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ପ୍ରତିରକ୍ଷା ମନ୍ତ୍ରୀ ଭାବରେ ସେ ଏହାର ପରିଚାଳନା କରିଥିଲେ। ଜୀବନ କାଳ ଭିତରେ ଜଣେ ଭଲ ନେତା ହେବା ସଙ୍ଗେସଙ୍ଗେ ଅନେକ ଲୋକଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇଥିଲେ।

ତାଙ୍କ ମୃତ୍ୟୁରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି। ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ତାଙ୍କ ମୃତ୍ୟୁରେ ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି।

error: Content is protected !!