ଓଡ଼ିଶାର ସୁନ୍ଦର ପିକନିକ ସ୍ପଟ: ଗୁଦଗୁଦା ଜଳପ୍ରପାତ

ପିକନିକ ଋତୁ ଚାଲିଥିବାରୁ ଲୋକେ ଏବେ ବିଭିନ୍ନ ସ୍ଥାନ ବୁଲିବାକୁ ଯାଉଛନ୍ତି। ନିଜ ସାଙ୍ଗସାଥୀଙ୍କ ସହ ଯାଇ ଭୋଜିଭାତ କରି ସୁନ୍ଦର ସୁନ୍ଦର ଜାଗା ବୁଲିବାର ଏହା ହେଉଛି ପ୍ରକୃଷ୍ଟ ସମୟ। ତେଣୁ ଏକ ସୁନ୍ଦର ଜାଗା ଖୋଜି ସାଧାରଣତଃ ଲୋକେ ଯାଇଥାନ୍ତି। ଯେଉଁ ଜାଗାରେ ଭୋଜି କରି ସେହି ଜାଗାର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ତେବେ ଆଜି ଆମେ ଆପଣଙ୍କୁ ଆଉ ଏକ ସୁନ୍ଦର ଜାଗା ବିଷୟରେ କହିବୁ ଯେଉଁଠି ଆପଣ ନିଜ ପିକନିକକୁ ଭରପୁର ଉପଭୋଗ କରିପାରିବେ।

ଆମେ ଯେଉଁ ସ୍ଥାନ ବିଷୟରେ କହୁଛୁ ସେହି ସ୍ଥାନ ହେଉଛି ଗୁଦଗୁଦା ଜଳପ୍ରପାତ। ସମ୍ବଲପୁର ଜିଲ୍ଲାର ଝାରସୁଗୁଡା ସହରଠାରୁ ମାତ୍ର ୪୦ କିମି ଦୂରରେ ରହିଛି ଏହି ସ୍ଥାନ। ଓଡ଼ିଶାର ଗୋଟିଏ ଲୋକପ୍ରିୟ ସ୍ଥାନ ଭାବରେ ଏହା ପରିଚିତ ଅଟେ। ବଣଭୋଜି କରିବା ପାଇଁ ଏହା ଏକ ବହୁତ ସୁବିଧାଜନକ ସ୍ଥାନ ତେଣୁ ଏଠାରେ ବର୍ଷର କେବଳ ଶୀତଦିନ ହିଁ ନୁହେଁ ବାକି ସମସ୍ତ ଦିନରେ ମଧ୍ୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ସମ୍ବଲପୁର ବୁଲିବାକୁ ଆସୁଥିବା ଲୋକମାନେ ଖାସ କରି ଏହି ଜାଗାକୁ ଯାଇଥାନ୍ତି। ସୁନ୍ଦର ଜଳପ୍ରପାତ ସହ ଏଠାରେ ଗୋଟିଏ ସୁନ୍ଦର ବ୍ରିଜ ମଧ୍ୟ ଦେଖିବାକୁ ମିଳେ। ସେଲ୍ଫି ନେବା ପାଇଁ ଏଠାରେ ଅନେକ ଗୁଡିଏ ସ୍ଥାନ ରହିଛି।

ଏଠାକାର ପରିବେଶ ଦେଖିବାକୁ ଗଲେ। ଏଠାରେ ଆପଣ ଏକ ଶାନ୍ତ ପରିବେଶ ପାଇବେ। ତା ସହ ଜଙ୍ଗଲ ଭିତରେ ଏହା ରହିଥିବା ହେତୁ ବୁଲିବାରେ ଏକ ଭିନ୍ନ ଅନୁଭୂତି ଆପଣଙ୍କୁ ମିଳିପାରିବ। ବଣଭୋଜି ପାଇଁ ଅନେକ ପିଣ୍ଡିର ବ୍ୟବସ୍ଥା ରଖାଯାଇଛି। ଭୋଜି କରିବା ସହ ଏଠାରେ ଥିବା ୭ ଗୋଟି ଝରଣା ଦେଖି ଲୋକେ ଏହାର ମଜା ଉଠାଇପାରନ୍ତି। ଓଡ଼ିଶାର ଏବଂ ଓଡିଶା ବାହାରର ଲୋକେ ମଧ୍ୟ ଗୁଦଗୁଦା ବୁଲିବାକୁ ଆସିଥାନ୍ତି।

error: Content is protected !!