ଘରୋଇ ଉପାୟରେ ଏହି ତେଲ ପ୍ରସ୍ତୁତ କରନ୍ତୁ, ପାଇବେ ଲମ୍ବା, ଘନ ଏବଂ କଳା କେଶ

ନାରୀ ସୌନ୍ଦର୍ଯ୍ୟର ଅନ୍ୟ ଏକ ପ୍ରମୁଖ ଅଂଶ ସେମାନଙ୍କ କେଶ। ତେଣୁ ପ୍ରତ୍ୟେକ ନାରୀ ସେମାନଙ୍କ କେଶ ବିଷୟରେ ଅତ୍ୟନ୍ତ ଯତ୍ନବାନ। ଅପ୍ରାକୃତିକ ଖାଦ୍ୟ ଏବଂ ରାସାୟନିକ ଦ୍ରବ୍ୟଯୁକ୍ତ ତେଲର ପ୍ରୟୋଗ ପାଇଁ ବିଭିନ୍ନ କେଶଜନିତ ସମସ୍ୟା ଦେଖାଯାଉଛି । ଆଜି ଏକ ଘରୋଇ ଉପାୟ ବିଷୟରେ ଜାଣିବା ଯାହାଦ୍ୱାରା ଆପଣ କେଶକୁ ଘନ, ଲମ୍ବା ଏବଂ କଳା କରିପାରିବେ।

ଏହି ତେଲକୁ ପ୍ରସ୍ତୁତ କରିବାର ଆବଶ୍ୟକୀୟ ସାମଗ୍ରୀ –
୧- ଅଁଳା ୧୦୦ ଗ୍ରାମ୍‌।
୨- ରିଠା ୧୦୦ ଗ୍ରାମ୍‌।
୩- ସୋରିଷ ତେଲ ୧୦୦ ଗ୍ରାମ୍‌।

ପ୍ରସ୍ତୁତି ପ୍ରଣାଳୀ –
ଆପଣ ଖରାରେ ଅଁଳା ଏବଂ ରିଠାକୁ ଭଲ ଭାବରେ ଶୁଖାଇ ଦିଅନ୍ତୁ। ଏହାପରେ ଏହାକୁ ପେସିକରି ଏଥିରେ ସୋରିଷ ତେଲକୁ ଭଲଭାବରେ ମିଶ୍ରଣ କରନ୍ତୁ। ପ୍ରସ୍ତୁତ ହୋଇଥିବା ଉକ୍ତ ତେଲକୁ ଗାଧୋଇ ଯିବାର ୧ଘଣ୍ଟା ପୂର୍ବରୁ କେଶରେ ଲଗାଇ ସାମ୍ପୁ ସାହଯ୍ୟରେ ଧୋଇପାରିବେ। ଆପଣଙ୍କୁ ଏହି ଉପାୟରେ ୩ ଥର ଗୋଟିଏ ମାସ ମଧ୍ୟରେ କରିବାକୁ ପଡ଼ିବ। ଏହାପରେ ଆପଣ ଅନୁଭବ କରି ପାରିବେ କିଭଳି ଆପଣଙ୍କ କେଶ ପୂର୍ବାପେକ୍ଷା ଘନ, ଲମ୍ବା ଏବଂ କଳା ହେଉଛି।

error: Content is protected !!