ବ୍ରିଟେନ୍‌ ଦମ୍ପତି ନିଜ ହନିମୁନ୍‌ ପାଇଁ ବୁକିଂ କଲେ ନୀଳଗିରି ଟ୍ରେନ୍‌

ତାମିଲନାଡୁରେ ଅବସ୍ଥିତ ନୀଳଗିରି ମାଉଣ୍ଟେନ୍‌ ରେଲୱେରେ ଚାର୍ଟର୍‌ ସର୍ଭି ଆରମ୍ଭ ହୋଇଛି ଓ ଏହାର ପ୍ରଥମ ଗ୍ରାହକ ହୋଇଛନ୍ତି ବ୍ରିଟେନ୍‌ରୁ ଆସିଥିବା ଦମ୍ପତି ଗ୍ରାହମ୍‌ ଓ୍ଵିଲିୟମ୍‌ ଲିନ୍‌ ଏବଂ ସିଲ୍‌ଓ୍ଵିଆ ପ୍ଲାଜିକ୍‌। ଇଣ୍ଡିଆନ୍‌ ରେଲୱେ କ୍ୟାଟରିଙ୍ଗ୍‌ ଆଣ୍ଡ୍‌ ଟୁରିଜମ୍‌ କର୍ପୋରେସନ୍‌ ଜରିଆରେ ଏହି ବୁକିଂ କରାଯାଇଛି।

ପାଖାପାଖି ୪୮ କିଲୋମିଟର୍‌ ୱାନ-ୱ ମେଟ୍ଟୁପାଲୟମ୍‌ ରୁ ଉଟିକୁ ସ୍ପେସାଲ୍‌ ଚାର୍ଟର୍‌ ଟ୍ରେନ୍‌ ଟ୍ରିପ୍‌ ଉପଭୋଗ କରିଛନ୍ତି ଏହି ବ୍ରଟେନ୍‌ ଦମ୍ପତି । ଏଥିପାଇଁ ସେମାନେ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ସୂଚନା ମିଳିଛି। ୧୪୩ଟି ସିଟ୍‌ ଓ ତିନିଟି କୋଚ୍‌ବିଶିଷ୍ଟ ଏହି ଟ୍ରେନ୍‌ରେ ବ୍ରଟେନ୍‌ ଦମ୍ପତି ଏକା ଏକା ଯାତ୍ରା କରିଛନ୍ତି । ଏହି ରାସ୍ତାରେ ପଡୁଥିବା ନୀଳ ପର୍ବତ, ଶାନ୍ତ ବାତାବରଣ ସହିତ ୧୩ଟି ସୁଡ଼ଙ୍ଗ ଉପଭୋଗ କରିଛନ୍ତି।

ରେଳବାଇର ସୂଚନା ଅନୁସାରେ ୪୮ କିଲୋମିଟର ଯାତ୍ରା କରିବାକୁ ପାଖାପାଖି ୫ ଘଣ୍ଟା ଲାଗିଥିଲା। ସୂଚନା ଅନୁସାରେ ସକାଳ ୯ଟା ୧୦ ମିନିଟ୍‌ ସମୟରେ ଟ୍ରେନ୍‌ଟି ମେଟ୍ଟୁପାଲୟମ୍‌ ଷ୍ଟେସନ୍‌ ଛାଡ଼ି ଅପରାହ୍ଣ ୨ଟା ୨୦ ମିନିଟ୍‌ରେ ଉଟିରେ ପହଞ୍ଚିଥିଲା। ଦମ୍ପତିଙ୍କୁ ମଧ୍ୟ ରେଳ ଷ୍ଟେସନ୍‌ରେ ସ୍ୱାଗତ କରାଯାଇଥିଲା।

error: Content is protected !!