ଘରୋଇ ଉପାୟରେ ହାତରୁ ମେହେନ୍ଦି କେମିତି ଛଡାଇବେ?

ଘରେ କୌଣସି ପର୍ବପର୍ବାଣୀ ହେଲେ ଝିଅମାନେ ହାତରେ ମେହେନ୍ଦି ଲଗାଇଥାଆନ୍ତି । ମେହେନ୍ଦି ଡିଜାଇନ ଗାଢ ରଙ୍ଗ ରହିବା ପର୍ଯ୍ୟନ୍ତ ହାତକୁ ସୁନ୍ଦର ଲାଗେ କିନ୍ତୁ ମେହେନ୍ଦିର ରଙ୍ଗ ଫିକା ପଡିଗଲେ ଅସୁନ୍ଦର ଦେଖାଯାଏ। ଅନେକ ଝିଅ ଏହାକୁ ଛଡାଇବା ପାଇଁ ଚିନ୍ତାରେ ପଡନ୍ତି। ଜାଣିବା କିଛି ସହଜ ଓ ଘରୋଇ ଉପାୟ ଯାହା ସାହାଯ୍ୟରେ ଆପଣ ଫିକା ମେହେନ୍ଦିକୁ ଶୀଘ୍ର ଛଡାଇ ପାରିବେ।

ଲେମ୍ବୁ: ଲେମ୍ବୁକୁ ଉଭୟ ମେହେନ୍ଦିର ରଙ୍ଗ ଗାଢ଼ କରିବା କିମ୍ବା ମେହେନ୍ଦିକୁ ଛଡ଼ାଇବା ପାଇଁ ବ୍ୟବହାର କରାଯାଏ। ଏଥିପାଇଁ ଆପଣ ଲେମ୍ବୁକୁ ଫାଳ କରି ହାତ ମେହେନ୍ଦି ଉପରେ ଘଷନ୍ତୁ। ଦେଖିବେ କିଛି ସମୟ ଭିତରେ ହାତରୁ ମେହେନ୍ଦି ଛାଡ଼ିଯିବ।

ବ୍ଲିଚ: ବ୍ଲିଚକୁ ସାଧାରଣତଃ ମୁହଁ ପରିଷ୍କାର କରିବା ପାଇଁ ବ୍ୟବହାର କରିଥାଉ। କିନ୍ତୁ ଆପଣ ଏହାକୁ ମେହେନ୍ଦି ଛଡ଼ାଇବା ପାଇଁ ମଧ୍ୟ ବ୍ୟବହାର କରି ପାରିବେ। ମେହେନ୍ଦି ଲାଗିଥିବା ସ୍ଥାନରେ ବ୍ଲିଚକୁ ଲଗାଇ ଦିଅନ୍ତୁ। ଶୁଖିଗଲା ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏମିତି କଲେ ହାତରୁ ମେହେନ୍ଦି ଛାଡ଼ିଯିବ।

ଅଲିଭ ତେଲ ଓ ଲୁଣ: ଅଲିଭ ତେଲ ଓ ଲୁଣକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ତୁଳା ସାହାଯ୍ୟରେ ଏହି ପେଷ୍ଟକୁ ହାତରେ ସମ୍ପୂର୍ଣ ଭାବେ ଲଗାଇ ଦିଅନ୍ତୁ। ଏହି ପେଷ୍ଟ ହାତରେ ଶୁଖିଗଲା ପରେ ଏହାକୁ ସଫା କରି ଦିଅନ୍ତୁ । ଏହି ଉପାୟରେ ଆପଣଙ୍କ ହାତରୁ ମେହେନ୍ଦି ଛାଡି ଯିବା ସହିତ ଆପଣଙ୍କ ହାତର କୋମଳତା ନଷ୍ଟ ହେବନାହିଁ।

Loading...
Loading...
error: Content is protected !!