ଜାଣନ୍ତି କି, ସିଝା ବାଦାମ ଦୂର କରିପାରିବ ଷାଠିଏ ପ୍ରକାର ରୋଗ ସମସ୍ୟା

ବାଦାମ ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସଭିଙ୍କୁ ପ୍ରିୟ। ଭଜା ବାଦାମଠାରୁ ସିଝା ବାଦାମର ଚାହିଦା କିଛି ଅଲଗା ଏବଂ ସ୍ୱାଦ ମଧ୍ୟ। ଏହାକୁ ଖାଇବାକୁ ସବୁ ବର୍ଗର ଲୋକମାନେ ପସନ୍ଦ କରିଥାନ୍ତି। ଏହାର ସ୍ୱାଦ ସବୁବେଳେ ସବୁ ଜିନିଷଠାରୁ ଅଧିକ। କେବଳ ଏହା ସ୍ୱାଦ ଏବଂ ଭୋକ ପାଇଁ ଖିଆଯାଏ ନାହିଁ। ବରଂ ଏହା ଅନେକ ପ୍ରକାରର ରୋଗକୁ ଭଲ କରିପାରିବ ବୋଲି ଗବେଷଣାରୁ ଜଣା ପଡ଼ିଛି। ଗବେଷକମାନେ କହିଛନ୍ତି ଯେ, ଏହା ପ୍ରାୟ ୬୦ ଟି ରୋଗକୁ ଭଲ କରିପାରିବ।

ଏହି ବାଦାମରେ ଅଧିକ ମାତ୍ରାରେ ଫାଇବର ରହିଛି। ଏହା ଆମ ଦେହରେ ହଜମକ୍ରିୟାକୁ ଭଲ ଭାବରେ ହେବାରେ ସାହାଯ୍ୟ କରିବ ଯାହା ଦ୍ୱାରା ଅନେକ ପେଟ ଜନିତ ରୋଗ ଦେଖାଦେବ ନାହିଁ। ଏତଦ୍ବ୍ୟତୀତ ହୃଦୟରୋଗ,ଡାଇବେଟିସ୍ ,କୋଷ୍ଠକାଠିନ୍ୟ,ମୋତିଆବିନ୍ଦୁ ଏବଂ ମାନସିକ ବିକୃତି ଭଳି ସମସ୍ୟା ସହ ଲଢ଼ିଥାଏ ବାଦାମ। ଏହା ଆମ ଶରୀରର ମାଂସପେଶୀକୁ ସବଳ କରିଥାଏ ଏବଂ ଆମକୁ ଅନେକ ଯନ୍ତ୍ରଣାରୁ ରକ୍ଷା କରିଥାଏ। ଏହାକୁ ଖାଇବା ଦ୍ୱାରା ଓଜନ କମ ହୋଇଥାଏ।

ମେଟାବୋଲିଜିମ ଭଳି ସମସ୍ୟା ଏହାଦ୍ବାରା ଭଲ ହୋଇପାରେ। ଗବେଷକମାନେ ଏହା କହିଛନ୍ତି ଯେ, ସିଝା ବାଦାମର ସବୁଠାରୁ ବଡ଼ ଫାଇଦା ହେଉଛି ଏହା କ୍ୟାନସର ସେଲ ସହିତ ଲଢ଼ିବାର ବିଶେଷ ତତ୍ତ୍ୱ ଏଥିରେ ରହିଛି।

error: Content is protected !!