ଜାଣନ୍ତୁ ଘରେ ଆଲମିରା ରଖିବା ବିଷୟରେ କିଛି ନିୟମ, ଯାହା ଭାଗ୍ୟ ସହ ଜଡିତ

ଆମେ ଆମ ଜିନିଷ ପତ୍ର ରଖିବା ପାଇଁ ଆଲମିରାର ବ୍ୟବହାର କରିଥାଉ। ଯେକୌଣସି ଜିନିଷ ହେଉ ନା କାହିଁକି ଆଲମିରାରେ ଏହା ସୁରକ୍ଷିତ ରହିଥାଏ। ଆଲମିରା ସାଧାରଣତଃ ଆମ ଡ୍ରେସ, ଟଙ୍କା ପଇସା, ଅଳଙ୍କାର କିମ୍ବା ବାସନକୁସନ ରଖିବାରେ ସାହାଯ୍ୟ କରିଥାଏ। ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଏହାକୁ ନେଇ ମଧ୍ୟ ଘରର ସୁଖ ନିର୍ଭର କରିଥାଏ। ଏହା ଅନୁଯାୟୀ, କେଉଁ ଆଲମିରାରେ କେଉଁ ଜିନିଷ ଏବଂ ତାହାକୁ ରଖିବାର ପ୍ରକୃଷ୍ଟ ସ୍ଥାନ କେଉଁଠି ତାହା ସମ୍ପୂର୍ଣ୍ଣ ଉଲ୍ଲେଖ କରାଯାଇଛି। ଆଜି ଆମେ ଏହାକୁ ନେଇ ନିୟମଗୁଡିକୁ ଆପଣଙ୍କୁ କହିବୁ। ତେବେ ଆସନ୍ତୁ ଜାଣିବା।

୧- ବସ୍ତ୍ର ରଖୁଥିବା ଆଲମିରା- ଏହାକୁ ସବୁବେଳେ ନିଜ ଶୋଇବା ଘରେ ରଖନ୍ତୁ। ଏପରି କରିବା ଦ୍ୱାରା ଘରେ ଶାନ୍ତି ବଜାୟ ରହିବ। ଏଥିରେ ବସ୍ତ୍ର ବ୍ୟତୀତ ଅନ୍ୟ କୌଣସି ଜିନିଷ ରଖନ୍ତୁ ନାହିଁ।
୨- ଟଙ୍କା ରଖୁଥିବା ଆଲମିରା- ଏହି ଆଲମିରା ଘରର ପୂର୍ବ ପଟକୁ ରହିଲେ ଶୁଭ। ଏଥିରେ ଆପଣ ନିଜର ଗୁରୁତ୍ୱପୂର୍ଣ୍ଣ କାଗଜ ତଥା ଅନ୍ୟ ଜରୁରୀ ପଟା ଆଦି ରଖିପାରିବେ। କିନ୍ତୁ ଧ୍ୟାନ ରଖନ୍ତୁ ଏହିଥିରେ ଲୁଗାପଟା ରଖନ୍ତୁ ନାହିଁ ଏହା ଅର୍ଥହାନୀର କାରଣ ହୋଇପାରେ।
୩- ବାସନ ରଖୁଥିବା ଆଲମିରା- ବାସନ ରଖିବା ପାଇଁ ଏହି ଆଲମିରାକୁ ନିଜ ରୋଷେଇ ଘରେ ହି ରଖନ୍ତୁ। କେବେ ମଧ୍ୟ ସମ୍ପୂର୍ଣ୍ଣ ନ ଧୋଇ ଆଲମିରାରେ ବାସନ ରଖନ୍ତୁ ନାହିଁ। କାଚ ବାସନ ଏବଂ ପିତ୍ତଳ ବାସନ ଆଲମିରାରେ ରଖିବା ଦ୍ୱାରା ମଧ୍ୟ ଏହାର ଶୁଭ ଫଳ ଆପଣ ପାଇପାରିବେ।

error: Content is protected !!