ଜାଣନ୍ତୁ କାହିଁକି ହାତ ଯୋଡି ନମସ୍କାର କରାଯାଏ

ଭାରତୀୟ ପରମ୍ପରା ସବୁଠାରୁ ଭିନ୍ନ। ବଡ଼ମାନଙ୍କୁ ବା ଭଗବାନଙ୍କୁ ଦେଖିଲେ ଆମେ ଭାରତୀୟମାନେ ହାତ ଯୋଡି ନମସ୍କାର କରିଥାଉ। ଏହା ସମ୍ମାନ ସୂଚକ ହୋଇଥିବା ବେଳେ ଏହା କାହିଁକି କରାଯାଏ ବୋଲି ମଧ୍ୟ ପ୍ରଶ୍ନ ଉଠେ। ନମସ୍କାର କରିବା ସମୟରେ ହିଁ କାହିଁକି ହାତ ଯୋଡାଯାଇଥାଏ ଆଜି ଆମେ ଆପଣଙ୍କୁ କହିବୁ। ତେବେ ଆସନ୍ତୁ ଜାଣିବା ଏପରି କାହିଁକି କରାଯାଏ।

ଆମ ଭାରତୀୟ ଶାସ୍ତ୍ର ଅନୁସାରେ ଏହା ଏକ ପ୍ରକାରର ମୁଦ୍ରା ଅଟେ ଯାହାର ନାମ ହେଉଛି ଅଭୟ ମୁଦ୍ରା। ଏହି ମୁଦ୍ରା ଏକ ପ୍ରକାରର ସମ୍ମାନ ଦେବାର ସଙ୍କେତ ହୋଇଥାଏ। ଏହି ମୁଦ୍ରାରେ ଭଗବାନ ସନ୍ତୁଷ୍ଟ ହୋଇ ବର ପ୍ରଦାନ କରନ୍ତି ବୋଲି ମଧ୍ୟ ବୃତ୍ତାନ୍ତ ରହିଛି। ଆୟୁର୍ବେଦ ଶାସ୍ତ୍ର ଅନୁସାରେ ମଧ୍ୟ ନମସ୍କାର କରିବା ଦ୍ୱାରା ଆମ ଶରୀର ସୁସ୍ଥ ରହିବା ସହ ଆମକୁ ମାନସିକ ଶାନ୍ତି ମିଳିପାରିଥାଏ।

ହାତରେ ଥିବା ଆକ୍ୟୁପ୍ରେସର ଦ୍ୱାରା ଏହା ସିଧାସଳଖ ଆମ ମସ୍ତିଷ୍କ ଉପରେ ସୁପ୍ରଭାଵ ପକାଇଥାଏ ଯାହା ଦ୍ୱାରା ଆମେ ଖୁସି ରହିଥାଉ। ହାତ ଯୋଡିବା ଦ୍ୱାରା ବିନମ୍ର ଭାବ ଅନ୍ୟମାନଙ୍କ ଆଗରେ ପ୍ରକାଶ ପାଇଥାଏ। ଏଣୁ ହାତ ଯୋଡି ନମସ୍କାର କରାଯାଏ।

error: Content is protected !!